Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ନଗର ପରିକ୍ରମା

ବେଲଗୁଣ୍ଠା,୦୯/୦୧-ଆସନ୍ତା ୧୭ ତାରିଖରେ ମହାପ୍ରଭୁଙ୍କ ପରିକ୍ରମା ଲୋକାର୍ପଣ ଶୁଭ କାର୍ଯ୍ୟକ୍ରମ ପାଇଁ ଆଜି ବେଲଗୁଣ୍ଠାରେ ଏନ ଏ ସି ତରଫରୁ ଅର୍ପଣ ରଥ ପରିକ୍ରମା ତିନଟି ୱାର୍ଡରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରିକ୍ଷୀରେ ପରିକ୍ରମା ପ୍ରକଳ୍ପ ଅର୍ପଣ ରଥକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଫିରୋଜ କୁମାର ସେଠୀଙ୍କ ସମେତ ଏକ ନମ୍ବର କାଉନସିଲର ଭାସ୍କର ପାତ୍ର, ଦୁଇ ନମ୍ବର କାଉନସିଲର ଦିବ୍ୟ ରଞ୍ଜନ ଦାସ ଓ ତିନି ନମ୍ବର କାଉନ୍ସିଲର ଲିଜାରାଣୀ ପାତ୍ର, ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରସ୍ୟୁମ୍ନ ପାତ୍ର, ଉପ ସଭାପତି ପ୍ରଭାତ ସାହୁ,ଯୁବ ସମାଜ ସେବୀ କେ. ଜିତେନ୍ଦ୍ର ସୁବୁଦ୍ଧିଙ୍କ ସମେତ ବେଲଗୁଣ୍ଠାର ବହୁ ମାନ୍ୟଗଣ ବ୍ୟକ୍ତିଙ୍କ ଉପସ୍ଥିତିରେ ଘଣ୍ଟ ତାଳ ହୁଳହୁଳି ମୃଦଙ୍ଗ ଦେଇ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଥମ ଦିନରେ ବେଲଗୁଣ୍ଠାର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ୱାର୍ଡରୁ ଚାଉଳ, ଗୁଆ, ହଳଦୀ, ଦକ୍ଷିଣା ସମସ୍ତଙ୍କ ଘରୁ ଭକ୍ତ ମାନଙ୍କ ଦ୍ୱାରା ଆନନ୍ଦ ସହକାରେ ସଂଗ୍ରହ କରାଯାଇ ପୂଜାର୍ଚନା କରାଯଇଥିଲା, ଯାହାଫଳରେ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଥିଲା।ଏହି ଅର୍ପଣ ରଥ ପରିକ୍ରମାର ମୁଖ୍ୟ ଉଦ୍ଦେଶ୍ୟ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିକୁ ବଜାୟ ରଖିବା ବୋଲି ଗ୍ରାମବାସୀ କହିଥିଲେ। ଆସନ୍ତାଦିନ ମଧ୍ୟରେ ସହରର ସମସ୍ତ ୱାର୍ଡ ଓ ସାହି ଏହି ଅର୍ପଣ ରଥ ପରିକ୍ରମ କରିବା ପାଇଁ ଯୋଜନା ହୋଇଥିବା ନଗରପାଳ ଶ୍ରୀ ସେଠୀ ପ୍ରକାଶ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ