ଲକ୍ଷ୍ମୀପୁର ଆସିଲେ ୫- ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍… କୋରାପୁଟ କୁ ୪୦୦କୋଟି ର ଅନୁଦାନ, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି କୁ ୧୨୫କୋଟି……୨୦ହଜାର ରୁ ଉର୍ଧ୍ଵ ଜନ ସମାଗମ.


ଲକ୍ଷ୍ମୀପୁର ୧୦/୦୧ …କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ଲୋକଙ୍କ ଅଭିଯୋଗ ଶୁଣିବାକୁ ଆଜି ପାଦ ଦେଇଥିଲେ ୫- ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍।ଶ୍ରୀଯୁକ୍ତ ପାଣ୍ଡିଆନ୍ ଏକ ସ୍ବତନ୍ତ୍ର ହେଲିକପ୍ଟର ରେ ଆସି ଅପରାହ୍ନ ତିନିଟା ବେଳେ ସ୍ଥାନୀୟ ବିଏସଏଫ କ୍ୟାମ୍ପ ପଡିଆ ରେ ଓହ୍ଲାଇଥିଲେ। ସେଠାରେ କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ ଅଖତାର ଙ୍କ ସମେତ କୋରାପୁଟ ବିଧାୟକ ରଘୁରାମ ପାଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜାନି, କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠି, ସୁନାବେଡା ପୌରାଧକ୍ଷ ରାଜେନ୍ଦ୍ର ପାତ୍ର ଙ୍କ ସହ ଦଳୀୟ ନେତା ପ୍ରମୁଖ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିବା ପରେ ସେଠାରୁ କାର ଯୋଗେ  ମିନି ଷ୍ଟାଡିୟମ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ।ସେଠାରେ ଅଧକ୍ଷ ପହଁଚିବା କ୍ଷଣି ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀରେ ଅଞ୍ଚଳ କମ୍ପି ଉଠିଥିଲା।
ହଜାର ହଜାର ଲୋକଙ୍କ ସମାଗମ ଦେଖି ଶ୍ରୀଯୁକ୍ତ ପାଣ୍ଡିଆନ ଖୁସି ବ୍ୟକ୍ତ କରିବା ସହ ଲୋକଙ୍କ ନିକଟ ତର ହୋଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।ଟ୍ୟାଣ୍ଟ ଭିତରେ ୧୦ ହଜାର ରୁ ଉର୍ଧ୍ଵ ଜନସାଧାରଣ ରହିଥିବା ବେଳେ ଟ୍ୟାଣ୍ଟ ବାହାରେ ମଧ୍ୟ ପ୍ରାୟ ୧୦ହଜାର ରୁ ଉର୍ଧ୍ଵ ଲୋକେ ରହିଯାଇଥିଲେ।ଅଭିଯୋଗ ପତ୍ର ଗ୍ରହଣ କରିବା ପରେ ଉପସ୍ଥିତ ଜନତା ଙ୍କ ଉଦେଶ୍ୟ ରେ ସେ କହିଥିଲେ କୋରାପୁଟ ଜିଲ୍ଲା କୁ ସେ ଗତ ଫେବୃଆରୀ ମାସରେ ଆସିଥିଲେ, ଗତ ୧୦ମାସ ଭିତରେ ଜିଲ୍ଲା ର ସ୍ଥିତି କୁ ଦେଖି ଅନେକ ବିକାଶ ମୂଳକ କାର୍ଯ୍ୟ ମାନ୍ୟବର ମୁଖ୍ୟ ମନ୍ତ୍ରୀ ହାତକୁ ନେଇଛନ୍ତି। କୋରାପୁଟ ଜିଲ୍ଲାକୁ ୪୦୦ କୋଟି ଟଙ୍କା ର ପେକେଜ ଘୋଷଣା କରାଯାଇଥିବା ବେଳେ କେବଳ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି କୁ ୧୨୫ କୋଟି ଟଙ୍କା ର ଅନୁଦାନ ଦିଆଯାଇଛି ବୋଲି କହିଥିଲେ। ନିର୍ବାଚନ ମଣ୍ଡଳି ର ଦଶମନ୍ତପୁର ଓ ନାରାୟଣପାଟଣା ବ୍ଲକ ରେ ଡିଗ୍ରୀ କଲେଜ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ପ୍ରତ୍ୟକ କଲେଜ କୁ ରୂପାନ୍ତରିତ କରିବା ସକାଶେ ଏକ କୋଟି ଲେଖାଏଁ ଅନୁଦାନ ଦିଆଯାଇଛି, ନାରାୟଣପାଟଣା ମନ୍ଦିର କୁ ୪କୋଟି ଓ ଝଞ୍ଜାବତୀ ଡ୍ୟାମ ସକାଶେ ୧୦୦ କୋଟି ର ଅନୁଦାନ ଦିଆଯାଇଥିବା କହିଥିଲେ।
ଶ୍ରୀଯୁକ୍ତ ପାଣ୍ଡିଆନ ଙ୍କ ସମୁଖରେ ପ୍ରାୟ ୨ବସ୍ତା  ଅଭିଯୋଗ ଆସିଥିଲା ବେଳେ ସମୟ ଅଭାବରୁ ଶ୍ରୀଯୁକ୍ତ ପାଣ୍ଡିଆନ ଅଭିଯୋଗ ଗ୍ରହଣ ନକରିପାରି ଲକ୍ଷ୍ମୀପୁର ବ୍ଲକ୍ ପ୍ରଶାସନ ର ଅଧିକାରୀ ଙ୍କୁ ଅଭିଯୋଗ ପତ୍ର ଆଣିବା କୁ ଦାୟିତ୍ଵ ଦେଇଥିଲେ।
ଅଞ୍ଚଳରେ ଏତେ ଅଭିଯୋଗ ଥାଇବି ଲୋକେ ବର୍ଷକୁ ଦୁଇ ଥର ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପରିବର୍ତ୍ତେ ଆଜି ପାଣ୍ଡିଆନଙ୍କ ଅଭିଯୋଗ ଶୁଣାଣିକୁ ଅଧିକ ଗୁରୁତ୍ବ ଦେଇଥିବା ଦେଖିବାକୁ ମିଳିଥିଲା।
ଆଜିର ଅଭିଯୋଗ ମଧ୍ୟରେ ମନ୍ଦିର, ଚର୍ଚ୍ଚ ଓ ମସଜିଦ ବିଷୟକୁ ନେଇ ଆସିଥିବା ଅଭିଯୋଗ ତୁରନ୍ତ କାର୍ଯ୍ୟକାରୀ କରାଯିବ କିନ୍ତୁ ଆବାସ ଯୋଜନାକୁ ନେଇ ଆସିଥିବା ଅଭିଯୋଗ ନିୟମ ମୁତାବକ କାର୍ଯ୍ୟକାରୀ ହେବ ବୋଲି ଅଧ୍ୟକ୍ଷ କହିଥିଲେ।ପାଣ୍ଡିଆନ ଙ୍କ ଗସ୍ତ କୁ ଦୃଷ୍ଟି ରେ ରଖି ଜିଲ୍ଲା ପୋଲିସ ତରଫରୁ ବ୍ୟାପକ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଛଅ ପ୍ଲାଟୁନ ପୋଲିସ୍ ମୃତୟନ କରାଯାଇଥିଲା। ଲୋକନାଥ ସାହୁ ନାମକ ଜଣେ ଭିନକ୍ଷମ ଯୁବକ ଦୀର୍ଘ ଦିନ ହେଲାଣି ତାଙ୍କୁ ଆବାସ ଯୋଜନା ରେ ସାମିଲ କରାଯାଇ ନାହିଁ କି ଜମି ମଧ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ ସିଧା ପାଣ୍ଡିଆନ ଙ୍କୁ ପ୍ରକାଶ କରିଥିଲେ।କାର୍ଯ୍ୟ କ୍ରମ କୁ ବିଜେଡି ଜିଲ୍ଲା ସଭାପତି ଝିନ ହିକକା,ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର କୁଲେସିକା, କୋରାପୁଟ ଜିଲ୍ଲା ସମ୍ପାଦକ କୁମୁଦ ସାଉଁତା,ଅବଜର୍ଭର ସୁନିଲ ମହାନ୍ତି ଙ୍କ ସହ ମୁଖ୍ୟ ଆୟୋଜକ ପାର୍ଥ ସାରଥି ମହାପାତ୍ର ଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଯୋଗ ଦେଇ ପରିଚାଳନା କରିଥିଲେ।
ପାଣ୍ଡିଆନ ଙ୍କ ଗସ୍ତ ର ଏପଟ ସେପଟ…
ନିର୍ଧାରିତ ସମୟ ର ପ୍ରାୟ ଏକ ଘଣ୍ଟା ବିଳମ୍ବ ରେ ହେଲିକେପଟର ଯୋଗେ ପହଂଚିଥିଲେ ଭିକେ ପାଣ୍ଡିଆନ… ଲୋକେ ଭୋକ ସମ୍ଭାଳି ନପାରି ବାରିକେଟ ଭାଙ୍ଗି ଖାଇବାକୁ ଚାଲିଯାଇଥିଲେ।
ଶ୍ରୀ ପାଣ୍ଡିଆନ ଙ୍କ ଗସ୍ତ ପୂର୍ବରୁ ଦଳୀୟ ନେତା ୨୦ହଜାର ରୁ ଉର୍ଧ୍ଵ ଲୋକେ ହେବେ ବୋଲି ଆକଳନ କରିଥିଲେ , ଆକଳନ ଅନୁଯାୟୀ ଳୋକ ମଧ୍ୟ ହେଲେ, କିନ୍ତୁ ୧୫କୁଇଣ୍ଟାଲ କୁକୁଡ଼ା ମାଂସ ନିଅଣ୍ଟ ହେବାରୁ ଲୋକେ ଭାତ ଡାଲି ଖାଇକି ଯାଇଥିବାବେଳେ ପ୍ରାୟ ୩ରୁ ୪ ହଜାର ଲୋକେ ଜମାରୁ ଖାଇବାକୁ ନପାଇ ଭୋକ ରେ ଚାଲିଗଲେ।
ଟ୍ରକ ବସ କମାଣ୍ଡର ଅଟୋରେ ଲଦି ହୋଇ ପାଣ୍ଡିଆନ କୁ ଦେଖିବାକୁ ଆସିଲେ ଲୋକେ।
ଡି ଜୋନ ରେ କର୍ମୀ ବୁଲିଲେ, ହେଲେ ସାମ୍ବାଦିକ ଙ୍କୁ ଫୋଟ କାଢ଼ିବାକୁ ମଧ୍ୟ ଛାଡିଲେ ନାହିଁ, ଜୟପୁର ଏସ୍ଡ଼ିପିଓ ଙ୍କ ସହ  ସାମ୍ବାଦିକ ହେଲେ ହଟହଟା…..
ପ୍ରାୟ ଗୋଟିଏ କିଲୋମିଟର ରାସ୍ତା ଜାମ, ପୋଲିସ ନାକେଦମ ହୋଇଥିଲେ।
ଯିବା ସମୟରେ ଜଣେ ମହିଳା ପାଣ୍ଡିଆନ ଙ୍କ ଗାଡି ପାଖରେ ଯାଇ ଲକ୍ଷ୍ମୀପୁର ର ଜଳ ସମସ୍ୟା ଉପରେ ଦୃଷ୍ଟି ଦେବାକୁ କହିଥିଲେ।
ମଞ୍ଚ ଉପରେ କେବଳ ଜଣେ ପାଣ୍ଡିଆନ ଙ୍କୁ ବାଦ ଦେଲେ aau କେହି ବି ଉପସ୍ଥିତ ନଥିଲେ।
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସତ୍ୱେ ଫେରିବା ବାଟରେ କଲେଜ ଛାତ୍ର ଛାତ୍ରୀ ଙ୍କୁ ଦେଖି ପାଣ୍ଡିଆନ ଗାଡି ରଖିବାକୁ କହିଥିଲେ , କାର ଅଟକିବା ପରେ ପାଣ୍ଡିଆନ ଙ୍କୁ ପୁଷ୍ପାଗୁଚ୍ଛ ଦେଇ ସମ୍ବରଧନା କରିଥିଲେ ଛାତ୍ରଛାତ୍ରୀ ଙ୍କ  ସହ କଲେଜ କର୍ମଚାରୀ।