Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏମସି ପରିଚାଳନା ନିର୍ଦେଶକ ଙ୍କ ଲକ୍ଷ୍ମୀପୁର ଗସ୍ତ…ଭିତ୍ତିଭୂମି ସକାଶେ ଅନୁଦାନ ଦେବ ଓଏମସି, ଉପାନ୍ତ ଅଂଚଳ ରେ ଶିକ୍ଷା କୁ ଗୁରୁତ୍ୱ ଦିଅ :ବଲୱନ୍ତ ସିଂ

ଲକ୍ଷ୍ମୀପୁର ୧୦/୦୧ … କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁ ଓଏମସି ପରିଚାଳନା ନିର୍ଦେଶକ ବଲୱନ୍ତ ସିଂ ଆଜି ସନ୍ଧ୍ୟା ରେ  ଗସ୍ତ କରି ବିଭିନ୍ନ ଉନୟନ୍ନ ମୂଳକ କାର୍ଯ୍ୟ ର ତଦାରଖ କରିଥିଲେ।  ପ୍ରଥମେ ସେ କୋଡୀଙ୍ଗା ମାଳି ଖଣି ଅଞ୍ଚଳ ପରିଦର୍ଶନ କରି ଖଣି ଉତ୍ତଳୋନ ସ୍ଥାନ ରେ କିପରି ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି ବୁଲି ଦେଖିବା ସହ ଖଣି ଖନନ ରେ ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ଆସି ଲକ୍ଷ୍ମୀପୁର ରେ ହେବାକୁ ଥିବା ଓଏମସି ବାସଗୃହ ଅଞ୍ଚଳ ର ଜମି ବୁଲି ଦେଖିଥିଲେ, ପରେ ସାଙ୍ଗନ୍ନା ହାଇସ୍କୁଲ ରେ ପହଂଚିଥିଲେ। ଓଏମସି ଅନୁଦାନ ରେ ୪କୋଟି ବ୍ୟୟ ରେ ନିର୍ମିତ ହୋଇଥିବା ନୂତନ କୋଠା ଦେଖି ଖୁସି ବ୍ୟକ୍ତ ହୋଇଥିଲେ। କୋଠା ଠି ଉଚ୍ଚ କୋଟିର ଭାବେ ୩ତାଲା ବିଲଡିଂ ହୋଇଥିବା ବେଳେ ବିଜ୍ଞାନ ଲାବୋରଟୋରୀ, ଶ୍ରେଣୀଗୃହ ଗୁଡିକ ବୁଲି ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ। ବିଲଡିଂ ନିର୍ମାଣ ର ତ୍ୱରିତ ଓ ସାଜସଜ୍ୱା  କୁ ଦେଖି ଯନ୍ତ୍ରୀ ଭାଗିରଥି ପାଢ଼ୀ ଙ୍କୁ ପ୍ରଶଂସା କରିଥିଲେ।ଭିତ୍ତି ଭୂମି ସକାଶେ ଅନୁଦାନ ର କିଛି ଅଭାବ ରହିବ ନାହିଁ, କିନ୍ତୁ ଉପାନ୍ତ ଅଞ୍ଚଳ ର ଛାତ୍ର ଛାତ୍ରୀ ଯେମିତି ଉଚ୍ଚ ଶିକ୍ଷା ରୁ ବଞ୍ଚିତ ହେବେନାହିଁ ସେଥିପାଇଁ ଶିକ୍ଷା କୁ ଗୁରୁତ୍ୱ ଦେବାକୁ ବ୍ଲକ ପ୍ରଶାସନ ର ଅଧିକାରୀ ମାନଙ୍କ ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କହିଥିଲେ।  ଛାତ୍ର ଛାତ୍ରୀ ମାନେ ବସିବା ସକାଶେ ବିଦ୍ୟାଳୟ ରେ ମାସକ ମଧ୍ୟରେ ସମସ୍ତ ପ୍ରକାର ବ୍ୟବସ୍ତା କରାଯିବା ସହ ସ୍ମାର୍ଟ ବୋର୍ଡ଼ ରେ ପ୍ରତ୍ୟକ କ୍ଲାସ ରୁମ ରେ ପାଠ ପଢାଇବାକୁ ନିର୍ଦେଶ ଦେଇଥିଲେ।ବିଜ୍ଞାନ ପାଠାଗାର ରେ ପ୍ରତ୍ୟକ ଦିନ ଅତି କମ ରେ ୪ଘଣ୍ଟା କ୍ଲାସ ନେବାକୁ ପ୍ରଧାନ ଶିକ୍ଷକ  ଗୋପାଳ ମଣ୍ଡଳ, ବିଜ୍ଞାନ ଶିକ୍ଷକ ଗୋଲୋକ ଲେଙ୍କା ଙ୍କ ସମେତ ଶିକ୍ଷକ ମାନଙ୍କୁ କହିଥିଲେ। ବିଦ୍ୟାଳୟ ସମୁଖରେ ମଣ୍ଡପ ଓ ଅନାବଶ୍ୟକ ରାସ୍ତା ତିଆରି କରାଯାଇ ଥିବା କାରଣରୁ ସେଗୁଡିକ ହଟାଇ ଦିଆଯିବାକୁ କହିବା ସହ ଖେଳ ପଡିଆ କୁ ବଡ଼ କରିବା ସକାଶେ ନିର୍ଦେଶ ଦେଇଥିଲେ। ବିଦ୍ୟାଳୟ ର ସୌନ୍ଦର୍ଯ୍ୟ ବୃଦ୍ଧି କରଣ ସକାଶେ ବିଦ୍ୟାଳୟ ସମୁଖରେ ଘାସ ଲଗାଯିବା ସହ ଭଳିବଲ, ଫୂଟବଲ ପଡିଆ କରିବା ସକାଶେ ୫୦ବର୍ଷ ପୁରୁଣା ଆଜବେଷ୍ଟ ଘର ଗୁଡିକ ଭାଙ୍ଗି ଦେବାକୁ ନିର୍ଦେଶ ଦେଇଥିଲେ। ଓଏମସି ପରିଚାଳନା ନିର୍ଦେଶକ ଙ୍କ ସହ ମାନବ ସମ୍ବଳ ନିର୍ଦେଶକ ଆଲୋକ କୁମାର ପାଲ, ସ୍ଥାନୀୟ ଓଏମସି  ରିଜିଓନାଲ ମେନେଜର କାଠି ପ୍ରଧାନ,ବିଡ଼ିଓ ଗୁରେଶ୍ୱର ଭୋଇ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଭାଗିରଥି ପାଢ଼ୀ,ଡିଇଓ ରାମଚନ୍ଦ୍ର ନାହାକ, ବିଈଓ କୈଳାଶ ବେହେରା,ବ୍ଲକ ସହକାରୀ ଯନ୍ତ୍ରୀ ଏମ ପବନ କୁମାର, ଯନ୍ତ୍ରୀ ଗୋପାଳ ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ।ଓଏମସି ପରିଚାଳନା ନିର୍ଦେଶକ ଗସ୍ତ ଜାଣି ଖଣି ପ୍ରଭାବିତ ଅଂଚଳ ର କିଛି ସରପଞ୍ଚ ସେମାନଙ୍କ ଅଂଚଳ ର ସମସ୍ୟା କୁ ଅବଗତ କରାଇବା ସକାଶେ ଆସିଥିବା ବେଳେ ଓଏମସି କୁ ଗାଡି ପ୍ରଦାନ କରିଥିବା କିଛି ମାଲିକ ୧୦ମାସ ହେଲା ଟଙ୍କା ପାଇନଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ