ଲକ୍ଷ୍ମୀପୁର ୧୨/୦୧ ଆବାସ ଯୋଜନା ସକାଶେ ଦୁଇହଜାର ୧୧ ମସିହାରେ ସର୍ଭେ କରାଯାଇଥିଲା,ସର୍ଭେ ଅନୁଯାୟୀ ୨୦୧୮ ମସିହାରେ ଚୁଡାନ୍ତ ତାଲିକା ପ୍ରକାଶ ପାଇଥିଲା,ତାଲିକାରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୩ ମସିହା ଜୁନ ମାସରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।କାର୍ଯ୍ୟାଦେଶ ପାଇବାର ସାତ ମାସ ବିତିଯାଇଥିଲେ ସୁଦ୍ଧା ହିତାଧିକାରୀ ଜଣକ ପ୍ରଥମ କିସ୍ତିର ଟଙ୍କା ତାଙ୍କ ବ୍ୟାଙ୍କ୍ ଖାତାକୁ ଆସିନଥିବା କାରଣରୁ ଆବାସ ଖଣ୍ଡିଏ ତିଆରି କରିନପାରି ବାରମ୍ବାର ବ୍ଲକ୍ କାର୍ଯ୍ୟାଳୟ କୁ ଆସି ଅଭିଯୋଗ କରିବା ଘଟଣା ଆବାସ ଯୋଜନା ର କାର୍ଯ୍ୟ କାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଖବର ମୁତାବକ ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ କାକିରିଗୁମା ଗ୍ରାମ ପଞ୍ଚାୟତ ସଦରର ମନସ୍ଵିନୀ ନାୟକ ନାମକ ଜଣେ ମହିଳାଙ୍କୁ ଗତ ଜୁନ ମାସ ୧୯ ତାରିଖ ଦିନ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।କାର୍ଯ୍ୟାଦେଶ ପାଇବାର କିଛି ଦିନ ମଧ୍ୟରେ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ୍ ଜମା ଖାତାକୁ ଜିବା ପରିବର୍ତ୍ତେ କାକୀରିଗୁମା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର କୌଶଲ୍ୟା ଭୁଲ ବସତଃ ମୃତ ମନ ଜାନୀ ନାମକ ବ୍ୟକ୍ତିଙ୍କ ନାମରେ କାର୍ଯ୍ୟାଦେଶ ଥିବା କହି ତାଙ୍କ ପୁଅର ଜମା ଖାତାରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରି ଦେଇଥିଲେ ।ଏନେଇ ହିତାଧିକାରୀ ମନସ୍ଵିନୀ ଙ୍କ ସ୍ବାମୀ ଉମାକାନ୍ତ ନାୟକ ବାରମ୍ବାର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କହିଥିବା ସତ୍ୱେ ଆଜି ହେବ କାଲି ହେବ କହି ସାତ ମାସ ହେଲାଣି ଦିନ ଗଡ଼ାଇ ଚାଲିଛନ୍ତି।ଅନ୍ୟ ପକ୍ଷରେ ମୃତ ମନ ଜାନୀ ଙ୍କର ପୁଅ ୪୦ ହଜାର ଟଙ୍କା ବ୍ୟାଙ୍କ୍ ଖାତାରୁ ଉଠାଇ ଖର୍ଚ୍ଚ କରି ସାରିଥିବା ବେଳେ ଆବାସ ଗୃହ କରିବାର ନା ଗନ୍ଧ ନଥାଇ ପ୍ରକୃତ ହିତାଧିକାରୀଙ୍କୁ ୧୭ ହଜାର ଟଙ୍କା ହିଁ ଦେବୀ କହିଛନ୍ତି।ଏନେଇ ଆବାସ ଯୋଜନା ପାଇଥିବା ପ୍ରକୃତ ହିତାଧିକାରୀ ମନସ୍ଵିନୀ ଓ ତାଙ୍କ ସ୍ଵାମୀ ଉମାକାନ୍ତ ନିରାଶ ହୋଇ ଶେଷରେ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି।ଏହି ଘଟଣାକୁ ନେଇ ବିଡ଼ିଓ ଆଗରୁ ଅବଗତ ଥିଲା ବେଳେ ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇ ପ୍ରକୃତ ହିତାଧିକାରୀ ଙ୍କ ବ୍ୟାଙ୍କ୍ ଖାତାରେ ଟଙ୍କା ପୈଠ କରିବାକୁ ନିର୍ଦ୍ଧେଶ ଦେଇଥିବା କହିଥିଲେ,କିନ୍ତୁ ଆଜି ପର୍ଯ୍ୟନ୍ତ ନିର୍ବାହୀ ଅଧିକାରୀ ବିଡ଼ିଓ ଏବଂ ଆବାସ ଯୋଜନା ଦାୟିତ୍ୱରେ ଥିବା ବିପିଶି ଙ୍କ ନିର୍ଦ୍ଧେଶକୁ ଅମାନ୍ୟ କରି ଚାଲିଛନ୍ତି।ସପ୍ତାହକ ମଧ୍ୟରେ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତା କୁ ଟଙ୍କା ପୈଠ କରାନଗଲେ ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ ଗୁରେସ୍ୱର୍ ଭୋଇ ଆଜି ପ୍ରକାଶ କରିଛନ୍ତି।ପ୍ରଶ୍ନ ଉଠୁଛି ଏଠାରେ ଜଣେ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ଵ ହୀନତା କାରଣରୁ ପ୍ରକୃତ ଗରିବ ହିତାଧିକାରୀ ଆବାସ ଖଣ୍ଡିଏ କରିପାରୁ ନଥିବା ବେଳେ ନିର୍ଦ୍ଧାରିତ ସମୟରେ ଆବାସ ଯୋଜନା ସମ୍ପୃକ୍ତ ହୋଇ ନପାରିବାରୁ ସରକାରଙ୍କ ନିୟମ ମୁତାବକ ୨୦ ହଜାର ଟଙ୍କା କ୍ଷତି ସହିବେ।ଏଇ କ୍ଷତି ପୂରଣ ଟଙ୍କା ହିତାଧିକାରୀଙ୍କୁ ନିର୍ବାହୀ ଅଧିକାରୀ ପ୍ରଦାନ କରିବେକି ବୋଲି ପ୍ରଶ୍ନ କରିଛନ୍ତି ହିତାଧିକାରୀଙ୍କ ସ୍ଵାମୀ ଉମାକାନ୍ତ।