Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇସ୍କୁଲ ରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

ହାଇସ୍କୁଲ ରେ ଅଭିଭାବକ ଶିକ୍ଷକ ସମ୍ମିଳନୀ
ଲକ୍ଷ୍ମୀପୁର ୧୩/୦୧.. ଲକ୍ଷ୍ମୀପୁର ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ,ଓଡ଼ିଶା ସରକାଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଏକ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଦେଇ ଥିବା ଏସ ଏ -୧ ପରୀକ୍ଷା ଫଳାଫଳ ତର୍ଜମା,ଆସନ୍ତା ବୋର୍ଡ ପରୀକ୍ଷା ଏସ୍ ଏ -୨ ପରୀକ୍ଷା ପ୍ରସ୍ତୁତି,ବୃତ୍ତିଗତ ମନ୍ତ୍ରଣା, ପରୀକ୍ଷା ଚାପରୁ ମୁକ୍ତି, ପୋକ୍ସୋ ଆଇନ୍ ସମ୍ବନ୍ଧରେ ଅବଗତ, ନିରାପତ୍ତା ତଥା ପରୀକ୍ଷା ପାଇଁ ପିତା ମାତାଙ୍କ ଭୂମିକା ଉପରେ ବିଶେଷ ଆଲୋଚନା ହୋଇଥିଲା।ପ୍ରଧାନ ଶିକ୍ଷକ ଶ୍ରୀ ମଣ୍ଡଳ ଦୈନିକ ୬ ଟି ବିଷୟ ପାଈଁ ୬ ଘଣ୍ଟା ପରିଶ୍ରମ କରି ଭଲ ରେଜଲ୍ଟ ଆଶା କରିବା ତଥା ବିଦ୍ୟାଳୟରେ ସଂଧ୍ୟାରେ ମାଗଣା କୋଚିଙ୍ଗ କ୍ଲାସ୍ ଆସିବା ସମନ୍ଧ ରେ ପ୍ରକାଶ କରିଥିଲେ।ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଅଭିଭାବକ ମାନେ ଘରେ ପୁଅ ଝିଅଙ୍କୁ ଆଦର କରି ପଢ଼ିବା ପାଇଁ ଉତ୍ସାହିତ କରିବା ଓ ଚାପ ମୁକ୍ତ ହୋଇ ପ୍ରସ୍ତୁତ ହେବା, ଶିକ୍ଷକ ସପନ କୁମାର ଦିକ୍ଷୀତ ପୋକ୍ସ ଆଇନ ସମ୍ବନ୍ଧେ ଅବଗତ, ଶଙ୍କର ଗୁଦୁମ୍ବକା ବୃତି ଗତ ମନ୍ତ୍ରଣା ଉପରେ ଆଲୋକପାତ କରିଥିଲେ। ସମସ୍ତ ବିଷୟ ଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ଏସ ଏ -୧ ପରୀକ୍ଷା ଫଳ ଉପରେ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟ କ୍ରମ ରେ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁତି ଭୁଷଣ ଟାକ୍ରୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷୟତ୍ରି କସ୍ତୁରୀ ଶବର, ମାଧୁରୀ ଲେଙ୍କା, ଜ୍ୟୋଛ୍ନା ପଣ୍ଡା, ସୁନିତା ସାହୁକାର, ପ୍ରିୟଙ୍କା ବିଶୋଇ, ରୋଜାଲିନ ସ୍ବାଇଁ ଓ ମମତା ମହାନ୍ତି ଉପସ୍ଥିତ ଥିଲେ। ଉକ୍ତ ସମ୍ମିଳନୀ ୨୦୨୩-୨୪ ଶିକ୍ଷା ବର୍ଷର ୪ ର୍ଥ ଅଭିଭାବକ ଶିକ୍ଷକ ସମ୍ମିଳନୀ ଥିବାରୁ,ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୃନ୍ଦ ସରକାରଙ୍କ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ପ୍ରତି ଯତ୍ନଶୀଳ ହେବା ପ୍ରଚେଷ୍ଠା କୁ ପ୍ରଶଂସା କରିବା ସହ ଏହି ବିଦ୍ୟାଳୟରେ ଅତିରିକ୍ତ ସମୟରେ ମାଗଣା ଶିକ୍ଷା ଦାନ ତଥା ଛାତ୍ର ଛାତ୍ରୀ ଙ୍କୁ ବୋର୍ଡ ପରୀକ୍ଷାରେ ଗୁଣାତ୍ମକ ଫଳ ପ୍ରାପ୍ତି ପାଇଁ ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଲେ।ଶେଷରେ ଡ୍ରଗଶିକ୍ଷକ ସୁକାନ୍ତ ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ। ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ