Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଯ୍ୟ କନ୍ୟା ଗୁରୁକୂଳ ଆଶ୍ରମରେ ସୁବଣ୍ଣ ଜୟନ୍ତୀ ଉଛବ ପାଳିତ

ବେଲଗୁଣ୍ଠା,13/01, କନ୍ୟାମାନଙ୍କୁ ଆଦର୍ଶ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ 1970 ମସିହାରେ ବେଲଗୁଣ୍ଠା ବ୍ଳକ୍ ତନରଡା ନିକଟସ୍ଥ ଗୋଶାଳାରେ ସମାଜ ସୁଧାରକ ବ୍ରହ୍ମାନନ୍ଦ ସରସ୍ଵତୀଙ୍କ କର କମଳରେ ପ୍ରତିଷ୍ଠା ହୋଇଥିଲା ଆର୍ଯ୍ୟ କନ୍ୟା ଗୁରୁକୂଳ I ଆଜି ଏହି ଅନୁଷ୍ଠାନ ମହା ସମାରୋହରେ ତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିଛି I ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ I କନ୍ୟା ମାନେ ପରିବାରର ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନା କରିପାରୁଥିବା ବେଳେ ସେମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରେରଣା ପ୍ରଦାନ କରିବାରେ ଆର୍ଯ୍ୟକନ୍ୟା ଗୁରୁକୂଳ ରାଜ୍ୟରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି ବୋଲି କହିବା ସହିତ ରାଜ୍ୟ ସରକାର ଏହି ଆର୍ଯ୍ୟକନ୍ୟା ଗୁରୁକୂଳକୁ ରୂପାନ୍ତରିତ କରିସାରିଥିବା ବେଳେ ରହିଯାଇଥିବା ସମସ୍ୟା ଗୁଡ଼ିକର ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ପ୍ରତିଶୃ୍ତି ଦେଇଥିଲେ I ସେହିପରି ମୁଖ୍ୟ ବକ୍ତା ରୂପେ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ କୃତ୍ତିବାସ ବିଶ୍ୱାଳ ଯୋଗ ଦେଇ ସମାଜ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ନିଜ ଅଞ୍ଚଳର ମହିଳାଙ୍କୁ ଘରର ଚାରି କାନ୍ଥ ଭିତରୁ ବାହାରକୁ ଆଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଆର୍ଯ୍ୟକନ୍ୟା ଗୁରୁକୂଳ ଏବଂ ଗୋରକ୍ଷା ନିମନ୍ତେ ଓଡ଼ିଶାର ପ୍ରଥମ ଗୋରକ୍ଷା ଆଶ୍ରମ ପ୍ରତିଷ୍ଠା ନିମନ୍ତେ ନିଜର ତିରିଶି ଏକର ଜମି ଦାନ କରିଥିଲେ ବୋଲି ପ୍ରକାଶ କରିବା ସହିତ ବର୍ତ୍ତମାନ ଶ୍ରୀବତ୍ସ ପଣ୍ଡାଙ୍କ ସ୍ଵପ୍ନକୁ ରାଜ୍ୟ ସରକାର ବହୁମାତ୍ରାରେ ପୂରଣ ହୋଇପାରିଛି ବୋଲି କହିଥିଲେ I କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ରୂପେ ତନରଡା ସ୍ଥିତ ଅଷ୍ଟମ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ଦୁର୍ଗପତି ହୃଷିକେଶ ରଥ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ ବେହେରା, ଜିଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ବ୍ଲକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସମିତିସଭ୍ୟ ଆଯୋଧ୍ୟା ବେହେରା ପ୍ରମୁଖ ଯୋଗ ଦେଇଥିଲେ I ଏହି ଅବସରରେ ଅନୁଷ୍ଠାନର ରୂପାନ୍ତରିତ ଯଜ୍ଞମଣ୍ଡପକୁ ବିଧାୟକ ଶ୍ରୀ ସ୍ଵାଇଁ ଉଦ୍ଘାଟନ୍ କରିଥିଲେ I ଅନୁଷ୍ଠାନର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରି ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ ବାର୍ଷିକ ବିବରଣୀ ପଠନ କରିଥିଲେ I ଏହି ଅବସରରେ ଅନୁଷ୍ଠାନରେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ, ସହ ,କ୍ରୀଡ଼ା ଆଦି କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର ଏବଂ ପୁରସ୍କାର ପ୍ରଦାନ କରିବା କରିବା ସହ ଅନୁଷ୍ଠାନରେ କାର୍ଯ୍ୟରତ 50 ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କ ଶିକ୍ଷକ ଶିକ୍ଷୟିତ୍ରୀ, ବିଗତ ପନ୍ଦର ବର୍ଷର ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ,ରାଜ୍ୟ ଏବଂ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଆଜିର ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ପ୍ରେସକ୍ଲବ ସଦସ୍ୟ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ତୋଫାନ ସାହୁ, ଶିବରାମ ଚୌଧୂରୀ, ସାମ୍ବାଦିକ ରବୀନ୍ଦ୍ର ପାତ୍ରଙ୍କୁ ପୁଷ୍ପଗୁଚ୍ଛ ,ମାନପତ୍ର ଏବଂ ଉପଢ଼ୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲା I ଏହି ଅବସରରେ ଅନୁଷ୍ଠାନର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା I ଶିକ୍ଷକ ଛାୟାକାନ୍ତ ମହାପାତ୍ର ଏବଂ ବିଷ୍ଣୁ ପ୍ରସାଦ ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ I ବରିଷ୍ଠ ଶିକ୍ଷୟିତ୍ରୀ ସୁଷମା ମହାରଣା ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ I

More Stories