ବେଲଗୁଣ୍ଠା 10 ଓ 11 ୱାର୍ଡରେ ଅର୍ପଣ ରଥକୁ ବିପୁଳ ସମ୍ବର୍ଦ୍ଧନା ଓ ସ୍ୱାଗତ, ସାଙ୍ଗରେ ବୁଲିଲେ ବିଧାୟକ,


ବେଲଗୁଣ୍ଠା,13/01,ସାରା ରାଜ୍ୟ ଏବେ ଜଗନ୍ନାଥମୟ, ସବୁଠି ଶୁଭୁଛି ଜୟ ଜଗନ୍ନାଥ। ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପାଇଁ ଗାଁ ଗାଁ ରେ ବୁଲୁଛି ଶ୍ରୀ ମହାପ୍ରଭୁଙ୍କ ଅର୍ପଣ ରଥ। ସଂକୀର୍ତନ ସହିତ ହୁଳହୁଳିରେ କମ୍ପୁଛି ସମସ୍ତ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ। ଶ୍ରୀ ଜଗନ୍ନାଥଙ୍କ ରଥକୁ ଦୁଆର ମୁହଁରେ ଦେଖିଲେ ଭକ୍ତ ମାନଙ୍କ ଖୁସି କହିଲେ ନସରେ, ମହାପ୍ରଭୁଙ୍କୁ ଦେଉଛନ୍ତି ଗୁଆ, ଚାଉଳ ଆଉ ନଡ଼ିଆ। ଏହି ଖୁସି ଅବସରରୁ ବାଦ ପଡିନି ବେଲଗୁଣ୍ଠା ସହର। ଏହି ଅର୍ପଣ ରଥ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ୱାର୍ଡ ପରିକ୍ରମା ସାରିଥିବା ବେଳେ ଦ୍ଵିତୀୟ ଦିନରେ ୪ ଓ ୫ ନଂ ୱାର୍ଡରୁ ଭକ୍ତ ମାନଙ୍କ ଦ୍ୱାରା ଗୁଆ ଚାଉଳ ସଂଗ୍ରହ କରାଯାଇଥିଲା। କାଉନସିଲର ପ୍ରିୟମ୍ବଦା ସାମଲ, କାଁହୁ ଚରଣ ସାହୁ ତୃତୀୟ ଦିନରେ ଅର୍ପଣ ରଥ ୬ ଓ ୭ ନମ୍ବର ୱାର୍ଡରେ ପରିକ୍ରମା ବେଳେ କାଉନସିଲର ପ୍ରଦୀପ ସେଠୀ, ପରିଚାଳନା କରିଥିବା ବେଳେ ହାଟପଦା ଠାରେ ସାମ୍ବାଦିକ ଚନ୍ଦନ ସାହୁ ଓ ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି 8 ଓ 9 ନମ୍ବର ୱାର୍ଡରେ ରଥ ପରିକ୍ରମା କରିଥିଲା କାଉନସିଲର ପ୍ରଗତି ପାତ୍ର ଓ ଦୀଲୀପ କୁମାର ଆଚାରି ଙ୍କ ସହ ନଗର ପାଳ ଫିରୋଜ ସେଠି ଓ ଯୁବ ସମାଜ ସେବୀ ଦିବ୍ୟରଞ୍ଜନ ଦାସ ,ଭାସ୍କର ପାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ । ଆଜି 10 ଓ 11 ୱାର୍ଡ ରେ ଅର୍ପଣ ରଥକୁ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଯୋଗଦେଇ ଚାଉଳ ଓ ଗୁଆ ସଂଗ୍ରହରେ ସହଯୋଗ କରିଥିଲେ । 10 ନମ୍ବର ଓ 11 ନମ୍ବର କାଉନସିଲର ଙ୍କ ସମେତ ଜିତେନ୍ଦ୍ର ସୁବୁଦ୍ଧି ଓ ଚିଦାନନ୍ଦ ପାତ୍ର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ । ଆଜି ଦୁଇ ୱାର୍ଡର ବିଭିନ୍ନ ସାହିରେ ଏହି ରଥକୁ ମା ମାନେ ହୁଳୁହୁଳି ଦେଇ ସ୍ୱାଗତ କରିବା ସହ ଜୟ ଜଗନ୍ନାଥ ଧ୍ୱନି ଓ ଭାବାବେଗ ପରିବେସ ମଧ୍ୟରେ ରଥକୁ ବିପୁଳ ସମ୍ବର୍ଦ୍ଧନା ମିଳୁଛି । ଆସନ୍ତା କାଲି 12 ଓ 13 ୱାର୍ଡ ପରିକ୍ରମା କରିବାର କାଯ୍ୟକ୍ରମ ରହିଛି । ସହରର ସବୁ ୱାର୍ଡ ଓ ଗଳିକନ୍ଦି ଅର୍ପଣ ରଥ ବୁଲିବା କାର୍ଯ୍ୟକ୍ରମ ଚାଲୁ ରହିଥିବାରୁ ସହରରେ ଏକ ଆଧ୍ୟାତ୍ମିକପରିବେଶ ସୃଷ୍ଟି ହୋଇଛି ।