Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁଖୋଇରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ତେଜପୁର: ଭାରତ ବାୟୁସେନା ଇତିହାସରେ ଯୋଡି ହେଲା ଆଉ ଏକ ନୂଆ ଫର୍ଦ୍ଦ। ସୁଖୋଇ ଯୁଦ୍ଧ ବିମାନ ଉଡାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦ୍ରୌପଦୀ ମୁର୍ମୁ ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ସୁଖୋଇ ଲଢୁଆ ବିମାନରେ ଉଡିଛନ୍ତି। ଏହାପୂର୍ବରୁ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁଣେ ଏୟାରଫୋର୍ସ ବେସ୍‌ରୁ ସୁଖୋଇରେ ଉଡାଣ ଭରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୬ ତାରିଖରୁ ଆସାମ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗତକାଲି କାଜିରଙ୍ଗା ନ୍ୟାସନାଲ ପାର୍କ‌ରେ ଆୟୋଜିତ ଗଜ ଉତ୍ସବରେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି। ଚଳିତବର୍ଷ ଜାତୀୟ ଉଦ୍ୟାନରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ଉତ୍ସବ କେନ୍ଦ୍ର ତଥା ରାଜ୍ୟ ପରିବେଶ ଏବଂ ଜଙ୍ଗଲ ବିଭାଗ ଦ୍ବାରା ମିଳିତ ଭାବେ ଆୟୋଜିତ ହୋଇଥିଲା। ହାତୀକୁ ସଂରକ୍ଷଣ କରିବା ଏବଂ ରାଜ୍ୟରେ ବଢୁଥିବା ମାନବ-ହାତୀ ବିବାଦର ସମାଧାନ ଖୋଜିବା ଉାଦ୍ଦଶ୍ୟରେ ଏହାର ଆୟୋଜନ କରାଯାଇଥିଲା।