Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାଉନ ହଲ ପାଇଁ ଭୂମିପୂଜନ ଉତ୍ସବ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ନିର୍ମାଣ ହେବାକୁ ଥିବା ୯.୮ କୋଟି ଟଙ୍କା ବ୍ୟୟରେ ଟାଉନ ହଲ ପାଇଁ ଆଜି ଶିଳାନ୍ୟାସ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଭୂମି ପୂଜନ ଉତ୍ସବ ରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭୂମିପୂଜନ କରିବାସହ ଏହି ଟାଉନ ହଲ ଖଡ଼ିଆଳ ବାସୀଙ୍କ ବହୁଦିନର ସ୍ୱପ୍ନ ପୂରଣ କରିବ ବୋଲି କହିଥିଲେ। ସାତ ଶହ ପଚାଶ ସିଟ ବିଶିଷ୍ଟ ଏହି ହଲ ନିର୍ମାଣ ପାଇଁ ବର୍ତ୍ତମାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନଅ କୋଟି ଆଠ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଭବିଷ୍ୟତରେ ବିଭିନ୍ନ ପାଣ୍ଠିରୁ ଅର୍ଥ ଆଣି ଏକ ଭବ୍ୟ ହଲ ନିର୍ମାଣ ହେବ ବୋଲି ସେ କହିଥିଲେ।

ଗୃହ ଓ ପୁତ୍ତ ନିର୍ମାଣ ବିଭାଗ ଏହି ନିର୍ମାଣ କାର୍ଯ୍ୟ କରିବେ ଓ ଏହାର କାର୍ଯ୍ୟକାରିତା ଦାୟିତ୍ଵ ଖଡ଼ିଆଳ ଏନଏ ସି ହାତରେ ରହିବ ବୋଲି ନଗରପାଳ ଉଜ୍ଜ୍ୱଳ ଗୁପ୍ତା ପ୍ରକାଶ କରିଥିଲେ। ଏ ଅଞ୍ଚଳର କଳା ଓ ସଂସ୍କୃତିର ବିକାଶ ପାଇଁ ଏହା ସହାୟକ ହୋଇ ପାରିବ ବୋଲି ସେ ମତ ଦେଇଥିଲେ। ଉତ୍ସବରେ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ,ବ୍ଲକ ଅଧ୍ୟକ୍ଷା ଖଡ଼ିଆଳ ପୁଷ୍ପାଞ୍ଜଳି ନନ୍ଦ, ବିଧାୟକ ପ୍ରାର୍ଥୀ ଅକ୍ଷୟ ନନ୍ଦ,ନୂଆପଡା ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ,ସହିତ ବିଭିନ୍ନ ମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ