Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଙ୍ଗପୁର କ୍ଲସ୍ଟର ରେ ଆମ ସଂସ୍କୃତି ଆମ ଖେଳନା କାଯ୍ୟକ୍ରମ

ବେଲଗୁଣ୍ଠା,19/01, କୋମଳମତି ଛାତ୍ରଛାତ୍ରୀଙ୍କ ଖେଳନାକୁ ସ୍ଥାନୀୟ ସଂସ୍କୃତି ସହ ଯୋଡ଼ିବା ପାଇଁ ଗଞ୍ଜାମ ଜିଲ୍ଳା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାଙ୍ଗପୁର କ୍ଲଷ୍ଟର୍ ସ୍ତରୀୟ ଆମ ସଂସ୍କୃତି ଆମ -2023-24 ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ଜିଲ୍ଳା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ନବୀନ ପରମାଣିକ,ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତାରାଣୀ ଦାସ, ଶାନ୍ତିଲତା ବେହେରା, ସୁଚରିତା ଗୌଡ଼, ପ୍ରଧାନ ଶିକ୍ଷକ ବିଷ୍ଣୁପାଦ ପ୍ରସାଦ ବେହେରା, ଗଙ୍ଗାଧର ସ୍ଵାଇଁ, ଶିଶିର କୁମାର ସ୍ୱାଇଁ,ବରିଷ୍ଠ ଶିକ୍ଷକ ସନିତ କୁମାର ଜେନା, ଶିବରାମ ମହାନ୍ତି, ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଛାତ୍ରଛାତ୍ରୀମାନେ ଗୋବର,ମାଟି, କାଗଜ ଆଦିରେ ପ୍ରସ୍ତୁତ କରିଥିବା ଖେଳନା ଗୁଡି଼କ ଅତି ଆକର୍ଷଣୀୟ ହୋଇଥିଲା I ଏବିଇଓ ଶ୍ରୀ ପାଢୀ ସ୍ଥାନୀୟ ସଂସ୍କୃତି ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ I ଶିକ୍ଷୟିତ୍ରୀ ଅଳକା ମହାପାତ୍ର,ପିଙ୍କି ଦଳାଇ,ଦିପା ପ୍ରଧାନ,ସୁଚିତ୍ରା ମହାନ୍ତି, ଶିକ୍ଷକ ଆକୁଳ ସାହୁ,ପ୍ରକାଶ ଗୌଡ଼,ଅଶୋକ ବେହେରା,କାର୍ତ୍ତିକ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏହି ଅବସରରେ ସପ୍ତମ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା I ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ