Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ମଧ୍ୟାହ୍ନ ଭୋଜନ ସହାୟିକା ସଂଘର ବୈଠକ ଅନୁଷ୍ଠିତ

ଖଡ଼ିଆଳ : ଖଡ଼ିଆଳ ଇନ୍ଦ୍ରନଗର ସ୍ଥିତ ଜିଲା ନିର୍ମାଣ ଶ୍ରମିକ ସଂଘ କାର୍ଯ୍ୟାଳୟ ଠାରେ ଓଡ଼ିଶା ମଧ୍ୟାହ୍ନ ଭୋଜନ ସହାୟିକା ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସହାୟିକା ଧନମତି ଖରସେଲଙ୍କ ନେତୃତ୍ବରେ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଧନେଶ୍ଵର ବନ୍ଧିଛୋର ସଭାପତିତ୍ବ କରିଥିଲେ । ଜିଲା ନିର୍ମାଣ ଶ୍ରମିକ ସଂଘ ନୂଆପଡ଼ାର ମୁଖ୍ୟ ଟୁଲୁ ବାବୁ ଓ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ରାଜ୍ୟ ସାଧାରଣ ସମ୍ପାଦିକା ଇଶାନି ଷଡ଼ଙ୍ଗୀ ତାଙ୍କର ଦାବି ଉପରେ ଆମୂଳଚୁଳ ଭାବରେ ଆଲୋଚନା କରିଥିଲେ। ପାଚିକା ସହାୟିକାଙ୍କ ବକେୟା ଥିବା ଭତ୍ତା ଓ ପିଏମ ପୋଷଣ ଯୋଜନା ତାଲିମର ବକେୟା ପ୍ରାପ୍ୟ ପାଚିକା ସହାୟିକା ମାନଙ୍କୁ ଯଥାଶୀଘ୍ର ପ୍ରଦାନ ପାଇଁ ଦାବି ହୋଇଥିଲା। ଆସନ୍ତା ଫେବୃୟାରୀ ୧୬ ତାରିଖରେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ପାଚିକା ମାନଙ୍କର ନିରାପତ୍ତା, ୪୫ ତମ ଓ ୪୬ ତମ ଶ୍ରମ ସମ୍ମିଳନୀରେ ସୁପାରିଶକୁ ଲେବର ଲରେ ପରିଣତ କରି କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇଥିଲା। ଏହାସହ ସର୍ବନିମ୍ନ ମଜୁରୀ ୨୬ ହଜାର ଭତ୍ତା ଟଙ୍କା, ପାଚିକା ସହାୟିକାଙ୍କୁ ସରକାରି ମାନ୍ୟତା, ବର୍ଷକୁ ଦୁଇଖଣ୍ଡ ଶାଢ଼ୀ, ୧୨ ମାସର ବକେୟା ଦରମା, ପାଚିକା ସହାୟିକା ମାନେ କେରଳ ରାଜ୍ୟରେ ୧୪ ହଜାର ପାଉଥିବା ବେଳେ ଆମ ରାଜ୍ୟର ସରକାର ଓ କେନ୍ଦ୍ର ସରକାର କାହିଁକି ବଞ୍ଚିତ କରୁଛନ୍ତି ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆସନ୍ତା ଫେବୃଆରୀ ୧୬ ତାରିଖରେ ଓଡ଼ିଶାର ମଧ୍ୟାହ୍ନ ଭୋଜନ କର୍ମଚାରୀମାନେ ରୋଷେଇ ବନ୍ଦ କରି ସାଂସଦ ମାନଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ ଏବଂ ଫେବୃଆରୀ ୨୪ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ଉପରେ ବିଶଦ ଆଲୋଚନା ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ