Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ 24 ତମ ବାର୍ଷିକ ଉତ୍ସଵ,କୁନି କୁନି ଛାତ୍ରଛାତ୍ରୀଙ୍କ ରଙ୍ଗାରଙ୍ଗ କାଯ୍ୟକ୍ରମରେ ଝୁମିଲେ ଦର୍ଶକ,

ବେଲଗୁଣ୍ଠା:21/01,ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ବେଲଗୁଣ୍ଠା ବଡ଼ଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନ ସଭାପତି ମାଧବ ଚନ୍ଦ୍ର ଆପଟଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ ।ବେଲଗୁଣ୍ଠା ଏନ୍.ଏ.ସି ଅଧ୍ୟକ୍ଷ ଫିରୋଜ କୁମାର ସେଠୀ,ଉପାଧ୍ୟକ୍ଷା ଟି.ବବିତା କୁମାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶନ୍ନ କୁମାର ବେହେରା,ବେଲଗୁଣ୍ଠାର ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା ଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗ୍ୟାଲେରୀ ଦଣ୍ଡପାଣି ମହାରଥା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଯୋଗ ଦେଇଥିଲେ ।ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ସୁଶାନ୍ତ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରି ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ରଖିଥିଲେ । ଅନୁଷ୍ଠାନ ସର୍ବୋପରି ଶିକ୍ଷା,ସଂସ୍କାରକୁ ଗୁରୁତ୍ୱ ଦିଆଯିବା ସହିତ ସ୍ୱାମୀ ବିବେକାନନ୍ଦଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷାନୁଷ୍ଠାନ ଅଗ୍ରଗତି କରୁଥିବା ନେଇ ସୂଚନା ପ୍ରଦାନ କରିଥିଲେ ।ବିଧାୟକ ଶ୍ରୀ ସ୍ୱାଇଁ ଛାତ୍ରଛାତ୍ରୀ ମାନଙ୍କଠାରୁ ଅଭିବାଦନ ଗ୍ରହଣ କରିବା ସହିତ ଶିକ୍ଷା ଛାତ୍ରଛାତ୍ରୀଙ୍କ ବିକାଶର ମୂଳମନ୍ତ୍ର ହୋଇଥିବା ବେଳେ ଏପରି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ମୌଳିକ, ବୌଦ୍ଧିକ ଶିକ୍ଷା ପ୍ରଦାନରେ ଅଗ୍ରଣୀ ଭୁମିକା ଗ୍ରହଣ କରିଛି ବୋଲି କହିଥିଲେ ।ସେହିପରି ଗୋଷ୍ଠୀ ଶିକ୍ଷାଧିକାରୀ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବ୍ୟବହାର କମ୍ କରିବା ପାଇଁ ଅଭିବାବକ ମାନେ ଦୃଷ୍ଟି ଦେବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସୁଶାନ୍ତ କୁମାର ନାୟକ ଯୋଗଦେଇ ବର୍ତ୍ତମାନର ନିଯୁକ୍ତି ବିଦ୍ୟା ପ୍ରଯୁକ୍ତି ବିଦ୍ୟା ଆଡକୁ କ୍ଷୀପ୍ର ଗତିରେ ଗତି କରୁଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ସେହିପରି ଦିଗକୁ ଅଗ୍ରସର ହେବା ଏବଂ ସେଥିରେ ବିଚକ୍ଷଣତା ପ୍ରାପ୍ତ କରିବା ପାଇଁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ପୁର୍ବରୁ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା,ଦଶମ ଶ୍ରେଣୀ, ବିଭିନ୍ନ ବିଷୟରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର,କପ୍,ସିଲ୍ଡ ଦେଇ ପୁରସ୍କୃତ କରାଯାଇଥିଲା ।ଏହି ଅବସରରେ ମାନବସେବୀ ମନୋଜ କୁମାର ମିଶ୍ରଙ୍କୁ ସେବାବ୍ରତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି, ବିଦ୍ୟାଳୟକୁ ସହଯୋଗ କରୁଥିବା ବିଭିନ୍ନ ବ୍ୟକ୍ତି ବିଶେଷ, ପରିଚାଳନା କମିଟି, ଆନନ୍ଦ କବିଚନ୍ଦ୍ର ଦଣ୍ଡାକାଳୀ ନାଟ୍ୟ ପରିଷଦର କର୍ମକର୍ତ୍ତା ଏବଂ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ,ଗୁରୁମା, ସହାୟିକା,ପାଚିକା, ନୃତ୍ୟ ଗୁରୁ ଆଦିଙ୍କୁ ସମ୍ପାଦକ ସୁଶାନ୍ତ କୁମାର ବେହେରା ଉପଢୌକନ ଦେଇ ସମ୍ମାନିତ କରିଥିଲେ ।ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁଜୀ, ଗୁରୁମା ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ