କରାପଲ୍ଲୀ ଓ ଭାବିନୀପୁର ପଞ୍ଚାୟତ ରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୂପାନ୍ତିକରଣ” ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ।


ଗୋପାଳପୁର,୨୧/୦୧ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କରାପଲ୍ଲୀ ଓ ଭାବିନୀପୁର ପଞ୍ଚାୟତରେ “ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୂପାନ୍ତିକରଣ” ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,କରାପଲ୍ଲୀ ଠାରେ କରାପଲ୍ଲୀ ସରପଞ୍ଚ ଏସ ମେନେକା ରେଡ୍ଡୀ,ଏସ ଧର୍ମରାଜ ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା,ବ୍ଲକ୍ ଅଧ୍ୟକ୍ଷା ପ୍ରତିନିଧି ସିଏଚ. ନରେଶ, ଜିଲ୍ଲାପରିଷଦ ସଭ୍ୟ ତଅପୋଇ ଦାସ,ବ୍ଲକ ଉପାଧ୍ୟକ୍ଷା ଅନିତା ମହାଙ୍କୁଡ଼, ବିପିଏମ ଅଜୟ ଦାସ, କନିଷ୍ଠ ଯନ୍ତ୍ରୀ ପ୍ରଦିପ କୁମାର ପାତ୍ର, ମନ୍ତ୍ରୀଡି ସରପଞ୍ଚ ପ୍ରଶାନ୍ତ ଦାସ, ରଣ୍ଢା ସରପଞ୍ଚ ଅଜିତ ରାଉଳ,ରଙ୍ଗିପୁର ସରପଞ୍ଚ ପ୍ରେମରଞନ ପଟ୍ଟନାୟକ, ସମାଜସେବୀ ସନ୍ତୋଷ ପାତ୍ର, ରାଜେନ୍ଦ୍ର ଚୌଧୁରୀ,ଫୁଲଟା ସରପଞ୍ଚ ବିଦ୍ୟାଧର ନାହକ, ନାରାୟଣପୁର ସରପଞ୍ଚ ପ୍ରତିନିଧି ଶ୍ୟାମସୁନ୍ଦର ସାହୁ, ରଙ୍ଗେଇଲୁଣ୍ଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶରତ ମହାଙ୍କୁଡ, ବକ୍ସିପଲ୍ଲି ସରପଞ୍ଚ ଏ ନାରସିହୁଂଲୁ, ସମିତି ସଭ୍ୟ ଜୟସେନ ସାହୁ,ଡୁରା ସରପଞ୍ଚ ପ୍ରତିନିଧି ବିଜୟ ବେହେରା, ଗଞ୍ଜୁ ସରପଞ୍ଚ ନିରଞ୍ଜନ ବେହେରା, ଚିକରଡା ସରପଞ୍ଚ ପି ଅସନ୍ତୁଲୁ, ହଳଦିଆପଦର ସରପଞ୍ଚ ଦଣ୍ଡପାଣି ବେହେରା,
ପଞ୍ଚାୟତ ପି ଇ ଓ ସୁଜାତା ପଟ୍ଟନାୟକ ,ବ୍ଲକ ର ବିଭାଗୀୟ ପଦାଧିକାରୀ, ସାଂସଦ ପ୍ରତିନିଧି ଅଜିତ ଦାସ, ସମସ୍ତ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ଭାବିନୀପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସରପଞ୍ଚ ଇଂ. ରଞ୍ଜିତ କୁମାର ସାହୁ,ସମିତି ସଭ୍ୟ ଦୁର୍ଯ୍ୟୋଧନ ରାଉଳ,ୱାର୍ଡ଼ ସଭ୍ୟ ସଭ୍ୟା, ସ୍ଥାନୀୟ ଜନପ୍ରତିନିଧି,ବିଜେଡି ନେତୃବୃନ୍ଦ, ପ୍ରତି ପଞ୍ଚାୟତର ସରପଞ୍ଚ,କର୍ମୀ ତଥା ଗ୍ରାମବାସୀଙ୍କ ଗହଣରେ ରହି ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଆମ ଓଡ଼ିଶା ତଥା ନବୀନ ଓଡ଼ିଶା ଓ ୫ ଟି” ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ପୋଖରୀ ,ବିଦ୍ୟାଳୟ, ମନ୍ଦିର, ପାର୍କ, କୋଠଘର , ରାସ୍ତା, ଡ୍ରେନ ନିର୍ମାଣ, ଜାନିବିଲି ଠାରୁ ପ୍ରଥମ କରି ଭାବିନୀପୁର ପର୍ଯ୍ୟନ୍ତ ଜଳ ଯୋଗାଣ ଇତ୍ୟାଦିର ରୁପାନ୍ତିକରଣ ତଥା ଗ୍ରାମବାସୀ ମାନଙ୍କ ବିକାଶ ପାଇଁ ସର୍ବଦା ପ୍ରାଥମିକତା ଦେଇ ଆସିଥିବାରୁ ମାନ୍ୟବର ବିଧାୟକ ଓ ଗ୍ରାମବାସୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅବସରରେ ବିଧାୟକ ଶ୍ରୀ ପଣ୍ଡା ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଏକ ବୁକଲେଟ୍ ଉନ୍ମୋଚନ କରିଥିଲେ।