Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମେ ୭ରେ ନିଟ୍‌‌ ୟୁଜି ପ୍ରବେଶିକା; ୨୭ଟି ସ୍ଥାନରେ ହେବ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ମେ ୭ତାରିଖରେ ନିଟ୍‌‌ ୟୁଜି ପ୍ରବେଶିକା ପରୀକ୍ଷା। ଏଥିପାଇଁ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଆବେଦନ ପ୍ରକ୍ରିୟା ଶେଷ ହୋଇସାରିଛି। ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି।

ସୂଚନା ଅନୁସାରେ ରାଜ୍ୟରେ ମୋଟ୍‌ ୨୭ଟି ସ୍ଥାନରେ ହେବ ପରୀକ୍ଷା କେନ୍ଦ୍ର। ଭୁବନେଶ୍ୱର ଓ କଟକ ସମେତ ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ୱଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖମୁଣ୍ଡି, ଫୁଲବାଣୀ, ରାୟଗଡ଼ା ଆଦି ମୋଟ୍‌‌ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ନେଇ ନିଷ୍ପତ୍ତି ହୋଇଛି। ଏଥିସହ ନିର୍ଦ୍ଧାରିତ ସୂଚୀର ସପ୍ତାହକ ପୂର୍ବରୁ ଆଡମିଟ୍‌‌ କାର୍ଡ଼ www.neet.nta.ac.in ୱେବ୍ ସାଇଟ୍‌‌ରେ ଉପଲବ୍ଧ ହେବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି ।