Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣତନ୍ତ୍ର ଦିବସରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଣ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ କ୍ରିକେଟ ମ୍ୟାଚ।

ଗୋପାଳପୁର,୨୭/୦୧ ଗଣତନ୍ତ୍ର ଦିବସ ପାଳନ ଅବସରରେ ବିଶ୍ଵବିଦ୍ୟାଳୟ ଅଣ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ସଭାପତି ଏକାଦଶ ଓ ସମ୍ପାଦକ ଏକାଦଶ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ କୁ ବିଶ୍ବବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଆୟୋଜନ କରା ଯାଇଥିଲା। ସ୍ଥାନୀୟ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ଆୟୋଜିତ ମ୍ୟାଚ୍ କୁ ମୁଖ୍ୟ ଅତିଥି ଭାବେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଯୋଗ ଦେଇ ଶୁଭାରମ୍ଭ କରିଥିଲେ।ଟସ ଜିଣି ପ୍ରଥମେ ସମ୍ପାଦକ ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୦ ଓଭରରେ ୨ ଓ୍ବିକେଟ ହରାଇ ୧୦୪ ରନ କରିଥିବା ବେଳେ ସଭାପତି ଏକାଦଶ ଟିମ୍ ୭ ଓ୍ବିକେଟ ବିନିମୟ ରେ କେବଳ ୯୭ ରନ କରି ପରାଜିତ ହୋଇଥିଲେ। ବିଜୟୀ ହୋଇଥିବା ସଭାପତି ଏକାଦଶ ର କ୍ୟାପେଟନ ଦୁର୍ଗାଚରଣ ହୋତା ପୁରସ୍କୃତ ହୋଇଥିବା ବେଳେ ରନର ଅପ ଦଳ ଭାବେ ସମ୍ପାଦକ ଏକାଦଶ କ୍ୟାପଟେନ ବିଶ୍ବ ବିହାରୀ ବିଷୋୟୀ ପୁରସ୍କୃତ ହୋଇଥିଲେ। ବିଶ୍ବବିଦ୍ୟାଳୟ କ୍ରୀଡା ସମ୍ପାଦକ ଗଣେଶ ସେଠୀ, କ୍ରିଡ଼ା ଶିକ୍ଷକ ରବି ଚରଣ ମିଶ୍ର ଓ କୋଚ ରାଜେଶ ମହାନ୍ତି ପ୍ରମୁଖ କ୍ରିଡ଼ା ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ