Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଷପୁନି ତିହାର ରେ ମହକିଲା ମୁମ୍ବାଇ,ସମ୍ବଳପୁରି ନାଚଗୀତ ରେ ଧୂମଧାମରେ ପାଳନକଲେ ପୁଷପୁନୀ ତିହାର।

କୋକସରା:୨୭/୦୧ ପଶ୍ଚିମ ଓଡ଼ିଶା ରୁ ବାହାର ରାଜ୍ୟ ରେ ରହୁଥିବା ଲୋକେ ନିଜର ପରମ୍ପରା ଓ ସଂସ୍କୃତି କୁ ମନେ ପକାଇବା ପାଇଁ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ପର୍ଵ ପୁଷପୁନି ତିହାର କୁ ଅତି ନିଆରା ଢଙ୍ଗରେ ପାଳନ କରିଛନ୍ତି।ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ପୁଷପୁନୀ ତିହାର ପାଳନ ବମ୍ବେ ସ୍ଥିତ ୱାଶି ରେଟାରି କ୍ଲବ ରେ ପାଳନ କରାଯାଇଛି ।ଏହି କାର୍ଯ୍ୟକ୍ରମ କୁ ଶ୍ରୀ ସତ୍ୟନାରାୟଣ ପଣ୍ଡା ଏବଂ ଶ୍ରୀମତୀ ଗୀତା ମେହେର ମା ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା।ସମଲେଇ ଙ୍କୁ ପୂଜାର୍ଚ୍ଚନା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ସମ୍ବଲପୁର ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ କଳା ସଂକୃତି କୁ ମୁମ୍ବାଇରେ ରେ ପ୍ରଦର୍ଶିତ କରାଯାଇଥିଲା।ଶ୍ରୀ ଦୀପକ ପୂଜାରୀ ଶ୍ରୀମତି ପୂଜା କାବିତା ସାହାଣୀ ଏବଂ ଶ୍ରୀ ପ୍ରଣବ ଭୋକ୍ତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ପୁଷପୁନି ତିହାର ର ମହକ ରେ ଉତ୍ସଵ ମୁଖର ହୋଇ ପଡ଼ିଥିଲା ମୁମ୍ବାଇ ର ଏହି ଅଞ୍ଚଳ। ପଶ୍ଚିମ ଓଡିଶା ର।ପ୍ରବାସୀ ପରିବାର ସଦସ୍ୟ ମାନେ ଧୂମଧାମରେ ପୁଷପୁନୀ ପାଳନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories