ଭବାନୀପାଟଣା, ୨୭/୦୧ (ଜଗନ୍ନାଥ ନାଏକ) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବାଦିଲୀ ଠାରେ ଥିବା ହରିଶଙ୍କର ପବ୍ଲିକ ସ୍କୁଲ ଠାରେ ଆଜି ମହା ଆଡମ୍ବର ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି l ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଶ୍ରୀ ଯଶୋବନ୍ତ ରଣା ଯୋଗ ଦେଇ ପତାକା ଉତୋଳନ କରିଥିଲେ l ଅନ୍ୟତମ ଅତିଥିଭାବେ ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ମଧୁସୂଦନ ସ୍ୱାଇଁ ଯୋଗଦେଇଥିଲେ l ରାଷ୍ଟ୍ର ନିର୍ମାଣ ରେ ଯୁବ ପିଢ଼ି ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିଛି l ଆଜିର ପ୍ରତେକ ଶିଶୁ ଆଗାମୀ ଦିନରେ ରାଷ୍ଟ୍ର ନିର୍ମାଣ ରେ ସେମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ମୁଖ୍ୟଅତିଥି ଶ୍ରୀ ରଣା କହିଥିବାବେଳେ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ଶ୍ରୀ ସ୍ୱାଇଁ l ଏହି ଅବସର ରେ ବିଦ୍ୟାଳୟ ର ଶିଶୁମାନଙ୍କ ମଧ୍ୟରେ ଗୀତ, ନାଚ ହୋଇଥିଲା l ଏହି ଦିବସ ର ପ୍ରଯୁଜ୍ୟ କୁ ଅତି ସୁନ୍ଦର ଭାବରେ ତର୍କ ମାଧ୍ୟମ ରେ କହିଥିବା ସ୍କୁଲ ର ଆନନ୍ଦ ସ୍ୱାଇଁ, ଶୁଭଶ୍ରୀ ରଣା, ବିଦୁସ୍ମିତା ବାଗ, ବର୍ଷା ଜାଲ, ଗଳ୍ପିତା ବାଗ ପ୍ରମୁଖ ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ଦେଇ ମୁଖ୍ୟଅତିଥି ସମ୍ମାନିତ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟ ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ଶିକ୍ଷୟତ୍ରୀ ସୁମିତ୍ରା ଲହଜଳ, ନିରୁପମା ଦୁର୍ଗା, ଅଙ୍କିତା ନାଏକ ସହଯୋଗ କରିଥିବା ବେଳେ ଧବଳେଶ୍ୱର ରଣା ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l