Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତୋମୁଣ୍ଡା ଓ ମୋଟେର ପଞ୍ଚାୟତ ରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୨୯/୦୧
ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର।ଗୋତୋମୁଣ୍ଡା ପଞ୍ଚାୟତ ରେ ସରପଞ୍ଚ ପଦ୍ମିନୀ ପୁଝାରି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ,ସମିତି ସଭ୍ୟା ଶାମୁକା ନାଏକ ଉପସ୍ଥିତ ଥିଲେ। ସେହିପରି ମୋଟେର ପଞ୍ଚାୟତ ରେ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ବାସନ୍ତୀ ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଯୋଗାଣ ଅଧିକାରୀ ଜଗାରାମ ମୂର୍ମୁ, ଭାରପ୍ରାପ୍ତ ଜିପିଇଓ ବିରଞ୍ଚି ଖରସେଲ, ସମିତି ସଭ୍ୟା ଉଆଁସି ପାନ, ନାଏବ ସରପଞ୍ଚ ପଲ୍ଲବି ପାନ, ବିଜେଡି ପଞ୍ଚାୟତ ସଭାପତି କୁମୁଦ ଚନ୍ଦ୍ର ବେହେରା, ବିଜେଡି କର୍ମି ପଞ୍ଚକ ପୋଢ଼ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣ ଙ୍କୁ ଅବଗତ କରାଇବା ସହ ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ହିଁ ପ୍ରତିଶୃତିବଦ୍ଧ ବୋଳି କହିଥିଲେ। ଲୋଇସିଙ୍ଗା ବଜାସାଲ ସାଂସ୍କୃତିକ ଗ୍ରୁପ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଉପସ୍ଥିତ ଦର୍ଶକ ଝୁମି ଯାଇଥିଲେ। କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ମହିଳା କର୍ମଚାରୀ,ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା,ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ ହୋଇଥିଲେ। ମଞ୍ଚ ପରିଚାଳନା ଟିକେଶ୍ୱର ରାଉତ କରିଥିବା ବେଳେ ପିଇଓ ବିରଞ୍ଚି ଖରସେଲ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories