Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟେର ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ରେ ସାମିଲ, ଉଦଘାଟନ କଲେ ଜନ ପ୍ରତିନିଧି।

କୋକସରା:୨୯/୦୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଉଚ୍ଚ ବିଦ୍ୟାଳୟ ୫ଟି ରୂପାନ୍ତରଣ ରେ ସାମିଲ ହୋଇଥିବା ବେଳେ ସୋମବାର ଉଦଘାଟନ କରାଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ.ପ୍ରମୋଦ କୁମାର ବଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ବିଧାୟକ।ମୋୖଷଧି ବାଗ, ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ କୋକସରା ରାଜୀବ କୁମାର ଅଗ୍ରୱାଲ, ସମାଜସେବୀ ଦେବେନ୍ଦ୍ର ପାଟଯୋଶୀ,ଦୁଷ୍ମନ୍ତ ପାଟଯୋଶୀ, ମହିଳା ନେତ୍ରୀ କୁନ୍ତି ପାଳ ସମିତି ସଭ୍ୟା ଉଆଁସି ପାନ, ଅବସର ପ୍ରାପ୍ତ ଅଧ୍ୟକ୍ଷ ଜୟପାଟଣା ଡିଗ୍ରୀ ମହାବିଦ୍ୟାଳୟ ବିଦୁ ଭୂଷଣ ପାଟଯୋଶୀ,ବଙ୍କୀମ ଚନ୍ଦ୍ର ଦାସ, ଜଗଦୀଶ ସରାଫ,ପ୍ରମୁଖ ଉପସ୍ଥିତ ରହି ରୂପାନ୍ତରିତ ସ୍ମାର୍ଟ ଉଚ୍ଚ ବିଦ୍ୟାଳୟ କୁ ଉଦଘାଟନ କରିଥିଲେ।ଏହି ଅବସର ରେ ଉପସ୍ଥିତ ଅତିଥିମାନେ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରୂପାନ୍ତରିତ ଯୋଜନା ଶିକ୍ଷା ଓ ଛାତ୍ରଛାତ୍ରୀ ଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ବୋଳି କହିଛନ୍ତି। ପରେ ଉପସ୍ଥିତ ଅତିଥିମାନେ ସ୍ମାର୍ଟ ସ୍କୁଲ ର ସ୍ମାର୍ଟ କ୍ଳାସ ରୁମ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମ ରେ ମଞ୍ଚ ସଂଯୋଜନା ବରିଷ୍ଠ ଶିକ୍ଷକ ସାମନ୍ତ କୁମାର ପାଟଯୋଶୀ।କରିଥିଲେ। ଏହି ଅବସର ରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସେହିପରି ଡେଙ୍ଗାଗୁଡା, ମୂଷାପାଳି, ରେଙ୍ଗାଳପାଲି, ଟେମରା ଉଚ୍ଚ ବିଦ୍ୟାଳୟ ମଧ୍ୟ ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ ହୋଇଥିବା ନେଇ।କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories