Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁରା ଡିଗ୍ରୀ ମହାବିଦ୍ୟାଳୟ ରେ ନୂଆ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ।ଭାଷା ହିଁ ଭବିଷ୍ୟତ ଆଲୋଚନା ଚକ୍ର ଅନୁଷ୍ଠିତ।

ଗୋପାଳପୁର,୨୯/୦୧
ଡୁରା ସ୍ଥିତ ଡୁରା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ନୂଆ ଓ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଆଜି ଭାଷା ହିଁ ଭବିଷ୍ୟତ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପିନାକୀ ମହାନ୍ତି ଅଧ୍ୟକ୍ଷତା କରିବା ସହ ଆଲୋଚନା ଚକ୍ର ଆୟୋଜନ ର ଉଦ୍ଦେଶ୍ୟ ସମ୍ପର୍କ ରେ ଅବଗତ କରାଇଥିଲେ।ପ୍ରଧାପିକା ମଧୁମିତା ମହାପାତ୍ର ସମ୍ମାନିତ ଅତିଥି ଭାବେ ଡୁରା ଡିଗ୍ରୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ବନମାଳୀ ପାଣିଗ୍ରାହୀ ଯୋଗଦେଇ ଓଡ଼ିଆ ଭାଷାର ଇତିହାସ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିବା ସହ ଓଡ଼ିଆ ଭାଷାକୁ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ।ମହାମହି ମହିଳା ମହାବିଦ୍ୟାଳୟ ପ୍ରଧ୍ୟାପକ ଡ଼ ଶାନ୍ତନୁ କୁମାର ସୁନା ଯୋଗ ଦେଇ ଦୀର୍ଘ ବର୍ଷ ପରେ ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଇଥିବାରୁ ସାଧୁବାଦ ଜଣାଇବା ସହ ଯୁବ ସମାଜ ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ଆଗକୁ ଆସିବାକୁ ଆହ୍ବାନ ଦେଇଥିଲେ। ସେହିପରି ଅନ୍ୟତମ ଅତିଥିଭାବେ ସମାଜ ସାମ୍ବାଦିକ ରାଜୀବ ଲୋଚନ ମିଶ୍ର ଯୋଗ ଦେଇ ଆରମ୍ଭ ହୋଇଥିବା ଓଡ଼ିଆ ଭାଷାର ସୁରକ୍ଷା ଆନ୍ଦୋଳନରେ ଯୁବ ସମାଜ ଜଣେ ଜଣେ ସାରଥି ଭାବେ ସାମିଲ୍ ହୋଇ ଏହାକୁ ବଞ୍ଚାଇବାକୁ ପଡ଼ି ବୋଲି ମତପୋଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡୁରା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ମମତାମୟୀ ରଣା ଯୋଗ ଦେଇ ଭାଷା ଯେତେ ସମୃଦ୍ଧ ହେବ ସେ ଜାତି ସେତେ ଆଗକୁ ଯାଇ ପାରିବେ ବୋଲି ମତ ରଖିଥିଲେ।
ଗୁରୁବାରି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories