ନବୀନ ଓଡିଶା କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ଗୀତ ରେ ନାଚିଲେ ଧର୍ମଗଡ଼ ବିଧାୟକ।

କୋକସରା:୩୦/୦୧
ପ୍ରତି ପଞ୍ଚାୟତ ରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଜୋରସୋରରେ ଆୟୋଜିତ ହେଉଥିବା ବେଳେ ଗୋଟିଏ ପଟେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମଞ୍ଚ ରେ ରସ ଜାମୁଡାଲି ସମ୍ବଲପୁରୀ ଗୀତ ରେ ନାଚି ଧୂମ ମଚାଉଥିବା ବେଳେ ମଙ୍ଗଳବାର।କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ମଧ୍ୟ ଲୋଇସିଙ୍ଗା ବଜାସାଲ କଳାକାର ଙ୍କ ତାଳ ରେ ତାଳ ମିଶାଇ ମଞ୍ଚ ତଳେ କଳାକାର ଓ ଉପସ୍ଥିତ ଜନ ସାଧାରଣ ଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି।ମୂଷାପାଳି ପଞ୍ଚାୟତ ରେ ସରପଞ୍ଚ ଅକ୍ଷୟ ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ,ମୁଖ୍ୟ ବକ୍ତା ଭାବେ ବିଡ଼ିଓ ସ୍ନେହାପ୍ରଭା ମାଝୀ ସମ୍ମାନିତ ଅତିଥି ଭାବେ ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି,ସମିତି ସଭ୍ୟା ଅଞ୍ଜନା ଦୁର୍ଗା, ପ୍ରମୂଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ରହିଥିବା ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣ ଙ୍କୁ ପରାମର୍ଶ ଦେଉଥିବା ବେଳେ ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ହିଁ ଏକମାତ୍ର ବିକଳ୍ପ ବୋଳି କହିଥିଲେ। କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ମହିଳା କର୍ମଚାରୀ,ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ ହୋଇଥିଲେ। ପଞ୍ଚାୟତ ପିଇଓ ଦୁଷ୍ମନ୍ତ ସୁନାନୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।