Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାନ କ୍ରୟରେ ଅନିୟମିତତାର ସିବିଆଇ ତଦନ୍ତ ଦାବିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ।

କୋକସରା:୩୧/୦୧
ରାଜ୍ୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଧାନ କ୍ରୟ ରେ ହେଉଥିବା ଅନିୟମିତତାର ସିବିଆଇ ତଦନ୍ତ ନିମନ୍ତେ ବିଜେପି କଳାହାଣ୍ଡି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର କ୍ଷମତାକୁ ଆସିବାପରେ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ଏହିସବୁ ଯୋଜନାରେ ଦେଶର ସମସ୍ତ ରାଜ୍ୟର ଚାଷୀମାନେ ଉପକୃତ ହେଉଥିବାବେଳେ ଓଡ଼ିଶାର ଚାଷୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ଓଡିଶାକୁ ଆସୁଥିବା କୃଷକ କଲ୍ୟାଣକାରୀ ଯୋଜନାକୁ ଶାସନ ଓ ପ୍ରଶାସନ ଦ୍ୱାରା ହରିଲୁଟ କରାଯାଉଛି। ଓଡ଼ିଶାରେ ଚଳିତ ଖରିଫ ଋତୁରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଓ ଅବ୍ୟବସ୍ଥା ଦେଖାଦେଇଛି। ମିଲର, ଶାସକ ଦଳ ନେତା ଓ ପ୍ରଶାସନ କଳର ସଲାସୁତୁରା ରେ ଚାଷୀଙ୍କୁ ଶୋଷଣ କରାଯାଉଥିବାରୁ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ଓଡ଼ିଶାର ଚାଷୀଙ୍କ ଆର୍ଥିକ ଅଧୋଗତି ଘଟି ସେମାନେ ଗରିବରୁ ଅତି ଗରିବ ହେଉଛନ୍ତି। ରାଜ୍ୟର ମଣ୍ଡିଗୁଡିକରେ ସରକାରଙ୍କ ପକ୍ଷରୁ ଧାନ କିଣା ସମୟରେ କୁଇଣ୍ଟାଲ ପିଛା ୫ ରୁ ୧୦ କିଲୋ କଟନୀ ଛଟଣୀ କରାଯାଉଛି। ତାହାସହିତ ଚାଷୀକୁ ସୁତୁଲୀ ଓ ବସ୍ତା ଦିଆଯାଉନାହିଁ। ମଣ୍ଡିରେ ଧାନ ଓଜନ କରିବା ଓ ଅନଲୋଡ଼ କରିବା ନାମରେ ଚାଷୀଠାରୁ କୁଇଣ୍ଟାଲ ପିଛା ୧୦ ଟଙ୍କା ଆଦାୟ କରାଯାଉଛି। ଓଡ଼ିଶାରେ ୯୮ ଭାଗ ଧାନ ମଣ୍ଡିରେ ଭିତ୍ତିଭୂମି ନାହିଁ। ଧାନ ସୁରକ୍ଷିତ ରଖିବାକୁ ଗୋଦାମ ଘର, ପାଚେରୀ ଓ ଚାଷୀ ବିଶ୍ରାମ ଗୃହ ନାହିଁ। ଶୌଚ ହେବାକୁ ପାଇଖାନା ଓ ପିଇବା ପାଣି ସୁବିଧା ବି ନାହିଁ। ମହାମହିମ ରାଜ୍ୟପାଳ ତାଙ୍କ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରି ଚାଷୀଙ୍କ ସମସ୍ୟା ସମାଧାନ ସିବିଆଇ ତଦନ୍ତ ଦାବି କରି ବିଜେପି କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା ଙ୍କ ନେତୃତ୍ୱରେ ଦଲୀୟ କର୍ମକର୍ତ୍ତା ମାନେ ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories