87 ଟି ମିଶନସକ୍ତି ଗୋଷ୍ଟିଙ୍କୁ ନେଇ ବେଲଗୁଣ୍ଠା ଏନ ଏ ସି tarafaru ଦକ୍ଷତା ବିକାଶ ତାଲିମ ଶିବିର


ବେଲଗୁଣ୍ଠା, 31/01,ବେଲଗୁଣ୍ଠା ବିଜ୍ଞାମ୍ପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ରାଜ୍ୟ ସରକାର ଙ୍କ ମୁକ୍ତା ଯୋଜନା ସମ୍ପର୍କୀୟ ମିଶନଶକ୍ତି ଗୋଷ୍ଠୀ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ପରିଷଦ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ଚଳିତ ମାସ ତା -22/01 ରୁ ଆରମ୍ଭକରି ଆସନ୍ତା 27/02 ରିଖ ପର୍ଯ୍ୟନ୍ତ କରିବାପାଇଁ ଯୋଜନା ରହିଛି | ପରିଷଦ ଅନ୍ତର୍ଗତ 13 ୱାର୍ଡ ର ସମୁଦାୟ 87 ଟି ମିଶନ ଶକ୍ତି ଗୋଷ୍ଟିଙ୍କ ଏହି ତାଲିମ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯିବ | ପରିଷଦ ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମୁକ୍ତା ଯୋଜନା ର ପ୍ରକଳ୍ପ ସଂଯୋଜକ ସରୋଜ କୁମାର ପଣ୍ଡା,ମଙ୍ଗୁଳୁ ମୁନି ଓ ଖିରୋଦ ବେହେରା ଙ୍କ ସମେତ ନଗର ମିଶନ ପରିଚାଳକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମିଶନଶକ୍ତି ଗୋଷ୍ଠୀ ତରଫରୁ ମାଷ୍ଟ୍ର ତାଲିମଦାତା ମାନେ ସହାୟତା କରିଥିଲେ | ମୁକ୍ତା ଯୋଜନା ରେ ମିଶନଶକ୍ତି ଗୋଷ୍ଠୀ ଗୁଡିକ ନିମନ୍ତେ ଥିବା ସୁବିଧାସୁଯୋଗ ତଥା ଯୋଜନାର ସଫଳ ରୂପାୟନରେ ମହିଳା ମାନଙ୍କ ଭୂମିକା ସମ୍ପର୍କରେ ତାଲିମ ଦିଆଯାଇଥିଲା | ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଯୁଗ୍ମ ସମ୍ପାଦକ ସାରଦା ପ୍ରସାଦ ପଣ୍ଡା ଭିସି ମାଧ୍ୟମରେ ଉପସ୍ଥିତ ମହିଳାମାନଙ୍କୁ ଉତ୍ସାହିତ କରିବାସହ ପ୍ରେରଣାଦାୟୀ ବାର୍ତା ଦେଇଥିଲେ | ପରିଶେଷରେ ମୁକ୍ତା ହିସାବରକ୍ଷକ ଖିରୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |