ମୁଟୁରା ବାହିଲି ଶିକ୍ଷକ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କୋକସରା:୩୧/୦୧
କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଲଡୁଗାଁ କ୍ଲଷ୍ଟର ମୁଟୁରା ବାହିଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୋଳାନାଥ ସାହୁ ଙ୍କ ଶିକ୍ଷକ ଚାକିରୀ କାର୍ଯ୍ୟକାଳ ଶେଷ ହେବାପରେ ବୁଧବାର କେନ୍ଦୁ ଡଙ୍ଗରି ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସର ରେ ଶିକ୍ଷକ ପ୍ରେମଲାଲ ସାହୁ ଙ୍କ ମଞ୍ଚ ସଂଯୋଜନା ଓ ଶିକ୍ଷକ ଫାଲଗୁନି ବାଣୁଆ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଇଓ କୋକସରା ରଶ୍ମିତା ନେତମ ଯୋଗଦେଇ ଜଣେ ଶିକ୍ଷକ ଛାତ୍ରଛାତ୍ରୀ ଓ ସମାଜ କୁ ଗଠନ କରିବାରେ ପ୍ରମୁଖ ଭୂମିକା ରହିଛି ବୋଳି କହିଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷକ ସଂଘ ସଭାପତି ଭୁରିଶ୍ରବା ଜାଲ ଶିକ୍ଷକ ଙ୍କ କର୍ମମୟ ଜୀବନ ର ସ୍ମୃତି କୁ ଉଜାଗର କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନ ବେମାଲ, ଶିକ୍ଷକ ସଂଘ ସମ୍ପାଦକ ବିର କିଶୋର ନାଗ, ତ୍ରିନାଥ ନାଗ ଉପସ୍ଥିତ ରହି ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କ ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ କେନ୍ଦୁ ଡଙ୍ଗରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆଶୁତୋଷ ସରାବୁ,ଜୟନ୍ତ ଦିଶାରୀ, ଉମେଶ କୁମାର ସାହୁ,ଜୟନ୍ତ କୁମାର ସାହୁ,ତୁଳସିରାମ ବାଗ, ମାୟାଧର ସେଠି,ଶିଵଲାଲ ଗଣ୍ଡ, ମାନସିଂ ବେଶ୍ରା,ଜୟଧର ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।