Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସମନ୍ଵୟ କମିଟିର ସହାରୁଖ ଖାନ ମନୋନୀତ

ଖଡ଼ିଆଳ: ଓଡ଼ିଶାରେ ଆଦରଣୀୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ଶ୍ରୀ ମିଳିନ୍ଦ୍ ଗୌତମ ଓ ସହ ପ୍ରଭାରୀ ଶ୍ରୀ ଅଭିନବ ସିଦ୍ଧାର୍ଥ ଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ରଞ୍ଜିତ୍ ପାତ୍ର ସମନ୍ୱୟ କମିଟି ତାଲିକା ପ୍ରକାଶ କରିଛନ୍ତି। ଏହି କମିଟିରେ ନୂଆପଡ଼ା ଜିଲ୍ଲାର ସକ୍ରିୟ ଯୁବ କଂଗ୍ରେସ ନେତା ତଥା ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଶ୍ରୀ ଶାହାରୁଖ୍ ଖାନ ଙ୍କୁ ମନୋନୀତ କରାଯାଇଛି। ଏହି ଭାରତ ଯୋଡା ନ୍ୟାୟ ଯାତ୍ରା ର ସମନ୍ଵୟ କମିଟିରେ ଶ୍ରୀ ଖାନ୍ ଙ୍କୁ ମନୋନୀତ ତାଲିକା ପ୍ରକାଶ ପାଇବା ପରେ ନୂଆପଡ଼ା ଜିଲ୍ଲାର ସମସ୍ତ କଂଗ୍ରେସ କର୍ମକର୍ତ୍ତା ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ