Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାଇଲିପଡ଼ାରେ ମାଗଣା ଚକ୍ଷୁ ଚିକିଛା ଶିବିର

ବେଲଗୁଣ୍ଠା, 02/02,ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଇଲିପଡା ଗ୍ରାମ ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଶଂକର ଚକ୍ଷୁ ଚିକିତ୍ସାଳୟ ଦ୍ବାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ହୋଇଥିଲା । ଏହାର ଉଦ୍‌ଘାଟନ କାର୍ଯ୍ୟରେ ପଞ୍ଚାୟତର ସରପଞ୍ଚ ଜୟରାମ ନାୟକ, ବ୍ଳକ୍ ବିଜୁ ଜନତା ଦଳ ଯୁବ ସଭାପତି ଶିବରାମ ରାଉତ ଏବଂ ବିଜୁ ଜନତା ଦଳ ପାଇଲିପତା ସଭାପତି ରଙ୍କନିଧ୍ ସାହୁଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏଥିରେ ୬୩ ଜଣ ଲୋକଙ୍କ ଚକ୍ଷୁ ପରୀକ୍ଷା ହେବା ସହ ଅସ୍ତ୍ରୋପଚାର ହେବା ପାଇଁ ୧୩ଜଣ ଲୋକ ଶଂକର ଚିକିତ୍ସାଳକୁ ଯାଇଥିଲେ ଏବଂ ୨୧ଜଣ ଲୋକଙ୍କୁ ସେମାନଙ୍କ ଚଷମା ଦିଆଯାଇଥିଲା । ୱାର୍ଡ୍ ସଭ୍ୟ ଶଂଙ୍କର ଦାସ ,ପାଇଲିପଡ଼ା ଡିଜିଟାଲ୍ ସମ୍ପାଦକ ଜଗନ୍ନାଥ ସାହୁ,ସମାଜ ସେବୀ ପିତବାସ ରାଉତ, ରଞ୍ଜିତ କୁମାର ରାଉତ(ଭାଲୁ), ଲକ୍ଷ୍ମୀ ନାରାୟଣ ସାହୁ(ଲକି) ଏବଂ ପାଇଲିପଡା ଓ ବାରଟା ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |