Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପ-ନିର୍ବାଚନ; ଟଙ୍କଧର ତ୍ରିପାଠୀ ବିଜେପି ପ୍ରାର୍ଥୀ!

ଝାରସୁଗୁଡା: ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେପି। ଯୁବନେତା ଟଙ୍କଧର ତ୍ରିପାଠୀ ହୋଇପାରନ୍ତି ଝାରସୁଗୁଡା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ। ଏ ନେଇ ଦେବଗଡ ବିଧାୟକ ସୁବାସ ପ୍ରାଣିଗ୍ରାହୀ ସୂଚନା ଦେଇଛନ୍ତି। ଟଙ୍କଧରଙ୍କ ପ୍ରାର୍ଥୀତ୍ବ ସମ୍ପର୍କରେ ଖୁବ୍‌ ଶୀଘ୍ର ଦଳ ଘୋଷଣା କରିବ ବୋଲି କହିଛନ୍ତି ସୁବାସ।

ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଥିଲେ ଟଙ୍କଧର। ୪୧ ବର୍ଷୀୟ ଆଇନ ସ୍ନାତକ ଛାତ୍ର ନେତା ଭାବରେ ଏବିଭିପିରୁ ସେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ଝାରସୁଗୁଡା ରାଜନୀତିରେ ବେଶ ସକ୍ରିୟ ରହିଥାନ୍ତି। ଝାରସୁଗୁଡା ତାଙ୍କର ଜନ୍ମସ୍ଥାନ ମଧ୍ୟ।

ରବିବାର ଦିନ ଓଡିଶା ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ କହିଥିଲେ ଯେ ଦଳର ସଂସଦୀୟ ବୋର୍ଡ ଦିଲ୍ଲୀରେ ବୈଠକ କରୁଛି ଏବଂ ଆସନ୍ତା ୧୦ରେ ହେବାକୁ ଥିବା ଉପନିର୍ବାଚନ ଲାଗି ପ୍ରାର୍ଥୀଙ୍କ ନାମ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ