Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିକଅପ ଭ୍ୟାନ ତଳମିଟିଙ୍ଗ ଘାଟି ରୁ ୫୦ଫୁଟ ତଳକୁ ଖସିଲା…୮ ଆହତ, କୋରାପୁଟ  ଏସ ଏଲ ଏନ ସ୍ଥାନାନ୍ତର…

ଲକ୍ଷ୍ମୀପୁର ୦୫/୦୨ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଉପର ମିଟିଙ୍ଗ ଗାଁ ନିକଟ ଘାଟି ରୁ ଏକ ସାର ବୋଝେଇ ପିକଅପ ଭ୍ୟାନ ଖସି ପଡ଼ି ଆଠ ଜଣ ଗୁରୁତର  ଆହତ ହୋଇଛନ୍ତି ।ଆହତ ମାନଙ୍କ ମଧ୍ୟରୁ ଆସୁ ଯାମ୍ବେକା,ନୀଳ ଶିରିକା,କୁଶ ସିରିକାଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଥିଲା ବେଳେ ସାମ୍ବ ଶିରିକା,ଆନନ୍ଦ ଶିରିକା,ଗୁପ୍ତ ଶିରିକା,କୁଶ୍ନ ୱାଡେକା ଓ ଭ୍ୟାନ ଚାଳକଙ୍କୁ କାକିରିଗୁମା ଡାକ୍ତରଖାନା କୁ ନିଆଯାଇଥିଲା କିନ୍ତୁ ଡ଼ାକ୍ତର ନଥିବାରୁ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।ଖବର  ନେବା ରେ ଜଣା ପଡ଼ିଛି କି କାକିରିଗୁମା ସାପ୍ତାହିକ ହାଟରୁ   ନିତ୍ୟବ୍ୟବହାର ଜିନିଷ ପତ୍ର କିଣି ସନ୍ଧ୍ୟାରେ ଓଡ଼ି୧୦-୩୧୧୩ ନମ୍ୱର୍  ରପିକ ଅଫ ଭ୍ୟାନର ପଛପଟେ ବସିକି ଉପର ମିଟିଙ୍ଗ ଗ୍ରାମର ପ୍ରାୟ ୨୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ମାନେ ନିଜ ଗାଁ ଉପରମିଟିଙ୍ଗ କୁ ଫେରୁ ଥିଲେ।ଘାଟି ରାସ୍ତା ଯୋଗୁଁ ଅଧା ବାଟରେ ଭ୍ୟାନ ଚାଳକ ମହିଳା ମାନଙ୍କୁ ଓହ୍ଲାଇ ଦେଇ ସାର ନେଉଥିବା ଲୋକଙ୍କୁ ଧରି ଗାଡି ନେଇକି ଯାଇଥିଲା ।ହେଲେ ଉପର ମିଟିଙ୍ଗ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂର ଘାଟି ଉପରୁ ଭ୍ୟାନ୍ ଟି ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିଥିଲା।ଖବର ଶୁଣି ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ,କାକିରିଗୁମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବାର ବ୍ୟବସ୍ତା କରିଥିଲେ।
ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦୁର୍ଘଟଣା ହୋଇଥିଲେ ସୁଧା ଅପହଞ୍ଚ ଅଞ୍ଚଳ ରେ ଦୁର୍ଘଟଣା ହୋଇଥିବା କାରଣରୁ ବିଳମ୍ବ ରେ ଖବର ପାଇ ପ୍ରାୟ ୭ଟା ପରେ ଆହତ ମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା।ଲକ୍ଷ୍ମୀପୁର ଥାନାରେ ଏକ  ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇଥିବା ଆଇଆଇସି  କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ