Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କାର ଧକ୍କା ରେ ଯୁବକ ଙ୍କ ଶୋଚନୀୟ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି।

କୋକସରା:୦୬/୦୨
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲକିବନ୍ଧ ମୁଖ୍ୟ ରାସ୍ତର ବଡକୁଟୃ ହୋମିଓପାଥି ଚିକିତ୍ସାଳୟ ସମ୍ମୁଖରେ କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସାନକୁଟୃ ଗ୍ରାମର ବଳିଷ୍ଠ କୁମାର ନାମକ ଜନୈକ ଯୁବକ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଓଡି,୦୮,୫୮୯୮ ନମ୍ବର ବିଶିଷ୍ଟ ଏକ କାର ବଳିଷ୍ଠକୁ ଧକ୍କା ଦେଇଥିଲା। ଯହାରି ଫଳରେ ବଳିଷ୍ଠ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗୁରୁତର ବଳିଷ୍ଠ କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ବଳିଷ୍ଠ କୁ ମୃତ ଘୋଷଣା କରିଛନ୍ତି।ଦୁର୍ଘଟଣା ପରେ କାର ଡ୍ରାଇଭର ଫେରାର ରହିଥିବା ଜଣାପଡିଛି।ପୋଲିସ ଘଟଣା ର ତଦନ୍ତ ଜାରି ରଖିଛନ୍ତି।