Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଜା ଉଚ୍ଚ ମାଧ୍ୟମିକ ସ୍କୂଲ ରେ ବାର୍ଷିକ ଉତ୍ସବ ପାଳିତ।ସମୀକ୍ଷା ଦିବସ ଭାବି ଭଲ ମଣିଷ ହେବାକୁ ସଂକଳ୍ପ ନେବାକୁ ଆହ୍ୱାନ…

ଲକ୍ଷ୍ମୀପୁର ୦୬/୦୧ …. ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଉଚ୍ଚ ମାଧ୍ୟମିକ ସ୍କୂଲ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ଏନ ଭି ଲକ୍ଷ୍ମୀ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଛି।ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଶୁଆଇ କୁଲେସିକା  ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଡେପୁଟି ଡାଇରେକ୍ଟର ତଥା ଆରଡିସି ଅଶୋକ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି, ଅତିରିକ୍ତ ମଙ୍ଗଳ ଅଧିକାରୀ ଦିବ୍ୟ ରଞ୍ଜନ ବିଶ୍ୱାଳ, ଆଈଆଇସୀ ସୁଜ୍ଞାନୀ ସାହୁ, ଉପାଧ୍ୟକ୍ଷା ଆରତୀ କୁଲଦୀପ, ସରପଞ୍ଚ ଜଲ୍ଲୀ ମିଣିଆକା, ବିଦ୍ୟାଳୟ ପରିଚାଳନା ସଭାପତି ନବୀନ ମିଣି ଆକା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ଜଗନ୍ନାଥ ଙ୍କ ଫୋଟ ରେ ପୂଜାର୍ଚନା କରାଯାଇଥିଲା, ପରେ ପ୍ରଧାନ ଶିକ୍ଷୟତ୍ରୀ ଭି. ଲକ୍ଷ୍ମୀ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିବା ସହ ଗତ ତିନି ବର୍ଷ ରେ ମାଟ୍ରିକ ପରୀକ୍ଷା ରେ ସତ ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ପ୍ରକାଶ କରିଥିଲେ, ସେହିପରି ଆଶ୍ରମ ବିଦ୍ୟାଳୟ ରୁ ଏହି ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପରିଣତ ହୋଇପାରିଥିବା ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ଡିଆଇ ଗୋବିନ୍ଦ ଚନ୍ଦ୍ର ସେଠି ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କ ମନୋବଳ ସବୁବେଳେ ସୁଦୃଢ ରଖିବା ସହ ଏହା ବାର୍ଷିକ ଉତ୍ସବ ବୋଲି ନଭାବି ଏହା ସମୀକ୍ଷା ଦିବସ ଭାବି ଜଣେ ଜଣେ ଭଲ ମଣିଷ ହେବା ସକାଶେ ସଂକଳ୍ପ ନିଅନ୍ତୁ ବୋଲି ଛାତ୍ର ଛାତ୍ରୀ ଙ୍କୁ ପ୍ରକାଶ କରିଥିଲେ। ବାର୍ଷିକ କ୍ରୀଡା ରେ ସଫଳ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଶେଷ ଭାଗ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଅଭିଭାବକ ମନେ ଯୋଗ ଦେଇଥିଲେ। ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷା ମମତା ସ୍ୱାଇଁ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସହଯୋଗ କରିଥିଲେ। ଓଡ଼ିଆ ଅଧ୍ୟାପକ ଡ଼ଃ ଅମରେଶ ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ସୁନ୍ଦର ଭାବେ ଆୟୋଜନ କରାଯାଇଥିବା କାରଣରୁ ଆରଡିସି ଶ୍ରୀ ଶତପଥୀ ପ୍ରଧାନଶିକ୍ଷତ୍ରୀ ଙ୍କୁ ପ୍ରଶଂସା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ