Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଯୋଗଦେଲେ ନୂତନ ତହସିଲଦାର

ଲକ୍ଷ୍ମୀପୁର ୦୮/୦୨ .ଲକ୍ଷ୍ମୀପୁର ତହସିଲ କାର୍ଯ୍ୟାଳୟ ରେ ନୂତନ ତହସିଲଦାର ଭାବେ ନୈବେଦ୍ୟ କୁମାର ଭୋଇ ଯୋଗ ଦେଇଛନ୍ତି। ଏଥି ପୂର୍ବରୁ ସେ କଳାହାଣ୍ଡି ଜିଲ୍ଲା ର ଡେପୁଟି କଲେକଟର ଭାବେ ଅବସ୍ଥାପିତ ଥିଲେ। ସେ ୨୦୨୦ ରେ ଓଡିଶା ପ୍ରଶାସନିକ ସେବା ରେ ଉତୀର୍ଣ୍ଣ ହୋଇଥିଲେ।ଶ୍ରୀ ଭୋଇ ଙ୍କୁ ତହସିଲ କର୍ମଚାରୀ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ।ଲକ୍ଷ୍ମୀପୁର ର ନିର୍ମଳ କୁମାର ନାୟକ ତହସିଲଦାର ଭାବେ ଅବସର ଗ୍ରହଣ କରିବା ପରେ ତହସିଲଦାର ପଦବୀ କିଛି ଦିନ ସକାଶେ ଖାଲି ରହିଥିଲା, ବର୍ତ୍ତମାନ ଶ୍ରୀ ଭୋଇ କାର୍ଯ୍ୟ ରେ ଯୋଗ ଦେଇଥିବା ବେଳେ ଗତ କିଛି ଦିନ ଧରି ରହିଯାଇଥିବା ବିଭିନ୍ନ ସାର୍ଟିଫିକେଟ କାମ ସହ ଜମି ଜମା କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ଲକ୍ଷ୍ମୀପୁର ତହସିଲ କାର୍ଯ୍ୟଳୟ ରେ ଅଦ୍ୟବଧି ଗତ ୧୦ ବର୍ଷ ରେ ୧୬ ଜଣ ତହସିଲଦାର ଙ୍କ ଜୟନିଙ୍ଗ ଓ ବଦଳି ହୋଇଥିବା ବେଳେ, ପ୍ରତି ବର୍ଷକରେ ବଦଳି ହେବା ଘଟଣା କୁ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ