କୁକୁଡ଼ା କାମୁଡ଼ାରେ ସ୍କୁଲ ଛାତ୍ର ଆହତ


ବେଲଗୁଣ୍ଠା, 09/02, ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ଜଣେ ଛାତ୍ର କୁକୁର କାମୁଡ଼ାରେ ଆହତ ହୋଇଛି । ସ୍କୁଲ ହତା ମଧ୍ୟରେ ଛାତ୍ର କୁ କୁକୁର କାମୁଡ଼ିବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍କୁଲ ଶିକ୍ଷକ ଛାତ୍ରକୁ ନିକଟସ୍ଥ ବେଲଗୁଣ୍ଠା ମେଡିକାଲ କୁ ନେଇ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇଦେଇଛନ୍ତି । ସ୍କୁଲ ରେ ମଧ୍ୟ ଛାତ୍ରଛାତ୍ରୀ ଅସୁରକ୍ଷିତ ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହୋଇଛି । ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦାୟିତ୍ୱ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଅଷ୍ଟମ ଶ୍ରେଣୀର ଛାତ୍ର ପବିତ୍ର କୁମାର ଗୌଡ଼ କୁକୁର କାମୁଡ଼ାର ଶିକାର ହୋଇଛନ୍ତି । ଗୋଠଲୁଣ୍ଡା ଗ୍ରାମର ପଞ୍ଚାନନ ଗୌଡ଼ ଙ୍କ ପୁଅ ପ୍ରତାପୁର ସ୍କୁଲ ରେ ପାଠ ପଢ଼ୁଥିବା ବେଳେ ମଧ୍ୟାହ୍ନଭୋଜନ ଛୁଟିରେ ପାଣି ପିଉଥିବା ବେଳେ ଏଭଳି ଘଟଣା ଘଟିଛି । କେମିତି ସ୍କୁଲ ହତା ମଧ୍ୟରେ କୁକୁର ପଶିଲା ଆଲୋଚନା ହେବା ସହ ଅଭିଭାବକ ମାନେ ନିଜ ପିଲାଙ୍କୁ ସ୍କୁଲ କୁ ପଠାଇବାକୁ ଏବେ ଭୟ ପ୍ରକାଶ କରିଛନ୍ତି । ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶ୍ୱେତାଲିନା ସାମଲ ଙ୍କୁ ଯୋଗାଯୋଗ ସମ୍ଭବ ହୋଇ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଗତ କିଛିଦିନ ହେଲା ଏହି ବିଦ୍ୟାଳୟରେ ଅବ୍ୟବସ୍ଥା ଲାଗିରହିଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ।