Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆପେଣ୍ଠ ଓ କୁସୁମଗୁଡ଼ା ପଞ୍ଚାୟତରେ ଆମ ଓଡ଼ିଶା ସଚେତନତା ଶିବିର

ଲକ୍ଷ୍ମୀପୁର ୦୬/୦୨ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍  କୁସୁମଗୁଡ଼ା ଗ୍ରାମ ପଞ୍ଚାୟତ  ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟରାମ ଶାଙ୍କିଆଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସୀକା ଯୋଗ ଦେଇଥିବା ବେଳେ,ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସୀକା,ଉପାଧ୍ୟକ୍ଷା ଆରତୀ କୁଲଦୀପ, ସରପଞ୍ଚ ଇନ୍ଦ୍ର ପାଞ୍ଜିଆ ଙ୍କ ସମେତ ବିଜେଡ଼ି ଦଳ ସମର୍ଥିତ ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ  ଦ୍ୱାରା ପ୍ରଚଳିତ ସମସ୍ତ ଜନ କଲ୍ୟାଣ ଯୋଜନା ବିଷୟକୁ ନେଇ ଲୋକଙ୍କୁ ସଚେତନ କରାଇଥିଲେ।ସେହିପରି
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଓଡ଼ିଆପେଣ୍ଠ ପଞ୍ଚାୟତରେ ମଧ୍ୟ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥଙ୍କ ଫଟ ଚିତ୍ର ଆଗରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ସରପଞ୍ଚ ବଂଶୀଧର ମାଣ୍ଡୀଙ୍ଗାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ପ୍ରକାର ଯୋଜନା ବିଷୟରେ ଛପା ଯାଇଥିବା ଏକ ବୁକଲେଟ ଉନ୍ମୋଚନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ପଞ୍ଚାଯତ ସମିତି ଅଧ୍ୟକ୍ଷା ସୁଆଇ କୁଲେସୀକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଝିନ ହିକକା ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସୀକା,ଜୋନ -୨ ଜିଲ୍ଲାପରିଷଦ ସଭ୍ୟା ପିଙ୍କି ହିମେରିକା,ସମାଜସେବୀ ତଥା ଶିକ୍ଷକ ଶଙ୍କର ସାଉନ୍ତା,ସମବାୟ ସମିତି ସଭାପତି ରାଧେଶ୍ୟାମ ଜାନୀ,ବୁର୍ଜା ସରପଞ୍ଚ ଜଲୀ ମିଣୀଆକାଙ୍କ ସମେତ ବିଜେଡ଼ି ଦଳ ସମର୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ  ଦ୍ୱାରା ପ୍ରଚଳିତ ସମସ୍ତ ଜନ କଲ୍ୟାଣ ଯୋଜନା ବିଷୟକୁ ନେଇ ଲୋକଙ୍କୁ ବୁଝାଇଥିଲେ।
ପରେ ଧରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଖାଲକଣା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ଢେମସା ନୃତ୍ୟ ପରିବେଷଣ କରାଯାଇଥିଲା। ଶିଶୁ କଲ୍ୟାଣ ବିଭାଗ, ଧରଡ଼ା ହାଇସ୍କୁଲ୍,ପ୍ରାଣୀ ବିଭାଗ ଓ ସ୍ଵାସ୍ଥ୍ୟ ବିଭାଗ ତରଫରୁ ଗୋଟିଏ ଲେଖାଏଁ ଷ୍ଟଲ ଖୋଲା ଯାଇଥିଲା।ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଞ୍ଜୀବ ବୀଡ଼ିକା ପରିଚାଳନା କରିଥିବା ବେଳେ ବୁର୍ଜା ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଭିନାସ ବିଡିକା ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ନେଇ ପଞ୍ଚାୟତର ସାଧାରଣ ଲୋକ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ