Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ୧୯ ବର୍ଷରୁ କମ ବିଶ୍ୱକପର ଫାଇନାଲ, ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଆଜି ୧୯ ବର୍ଷରୁ କମ ବିଶ୍ୱକପର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ଅଷ୍ଟ୍ରେଲିଆ । ଭାରତ ଷଷ୍ଠ ଥର ଚାମ୍ପିଅନ ହେବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । କ୍ରିକେଟ୍ ପ୍ରେମୀଙ୍କ ଆଶା ଯୁବ ଦଳ ଅଷ୍ଟ୍ରେଲିଆକୁ ହରାଇ ଗତବର୍ଷ ରୋହିତ ବାହିନୀ ବିଶ୍ୱକପ୍ ପରାଜୟର ମଧୁର ପ୍ରତିଶୋଧ ନେବ । ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ଣ ୧ଟା ୩୦ରେ ଆରମ୍ଭ ହେବ । ଷ୍ଟାର ସ୍ପୋର୍ଟ୍ସ ସହ ଡିଜନୀ ପ୍ଲସ ହଟ୍ ଷ୍ଟାରରେ ମ୍ୟାଚର ସିଧା ପ୍ରସାରଣ ହେବ ।

ଭାରତୀୟ ଅଧିନାୟକ କହିଛନ୍ତି ସହାରନ କହିଛନ୍ତି, ଫାଇନାଲରେ ମୁକାବିଲା ଅଷ୍ଟ୍ରେଲିଆ ସହ ହେଉ କି ପାକିସ୍ତାନ କିଛି ଫରକ ପଡେନି । ଆମେ ବିରୋଧୀ ଦଳ ଉପରେ ଫୋକସ କରୁନୁ ବରଂ ନିଜ ଖେଳ ଉପରେ ଧ୍ୟାନ ଦେଉଛୁ । ଆମେ ମ୍ୟାଚ୍ ପରେ ମ୍ୟାଚ୍ ରଣନୀତି ପ୍ରସ୍ତୁତ କଲୁ । ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, ଗତ ବର୍ଷ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳ କଙ୍ଗାରୁ ହାତରୁ ପରାଜିତ ହୋଇଥିଲା । କଣ ଆପଣ ଏହାର ପ୍ରତିଶୋଧ ନେବେ ? ଏହା ଉତରରେ ଅଧିନାୟକ ଉଦୟ ସହାରନ କହିଛନ୍ତି, ଆମେ ସେମିତି କିଛି ଭାବୁନୁ । ଆମେ ମ୍ୟାଚରେ କେବଳ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହୁଁଛୁ ।

ସହାରନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆରମ୍ଭରୁ ସେତେ ଦମଦାର ନଜର ଆସିନଥିଲେ । କାରଣ କିଛି ମାସ ପୂର୍ବେ ଦଳ ୧୯ ବର୍ଷରୁ କମ ଏସିଆ କପ୍ ଫାଇନାଲରେ ପ୍ରବେଶ କରି ପାରି ନ ଥିଲା । ମାତ୍ର ବିଶ୍ୱକପରେ ଦଳ ଚମତ୍କାର ଫର୍ମରେ ରହିଛି । ସହାରନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରତ୍ୟେକ ମ୍ୟାଚରେ ଉନ୍ନତ ହୋଇ ଚାଲିଛି । ଅଧିନାୟକ ସହାରନ ୩୮୯ ରନ ସହ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ତାଲିକାରେ ଶୀର୍ଷରେ ରହିଛନ୍ତି । ସରଫରାଜ ଖାନଙ୍କ ସାନ ଭାଇ ମୁଶୀର ଖାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଭାରତୀୟ ଦଳ ଉଭୟ ବିଭାଗରେ ବେଶ ସନ୍ତୁଳିତ ରହିଛି ।

ଭାରତୀୟ ଦଳ

ଉଦୟ ସହାରନ(ଅଧିନାୟକ), ଅର୍ଶିନ କୁଲକର୍ଣ୍ଣି, ଆଦର୍ଶ ସିଂ, ରୁଦ୍ର ମୟୂର ପଟେଲ, ସଚିନ ଧାସ, ପ୍ରିୟାଂଶୁ ମୋଲିଆ, ମୁଶୀର ଖାନ, ଅରାବଲି ଅବନୀଶ ରାଓ(ୱିକେଟ୍ କିପର), ସୌମ୍ୟ କୁମାର ପାଣ୍ଡେ(ଉପ ଅଧିନାୟକ), ମୁରୁଗନ ଅଭିଷେକ, ଇନେଶ ମହାଜନ( (ୱିକେଟ୍ କିପର) ଧନୁଷ ଗୌଡା, ଆରାଧ୍ୟା ଶୁକ୍ଳା, ରାଜ ଲିମ୍ବାନୀ, ନମନ ତିୱାରୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ