୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ, ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତି, ବୋଲିଂ କରିବ ଭାରତ


ନୂଆଦିଲ୍ଲୀ: ଆଜି ୧୯ ବର୍ଷରୁ କମ ବିଶ୍ୱକପର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ଅଷ୍ଟ୍ରେଲିଆ । ଭାରତ ଷଷ୍ଠ ଥର ଚାମ୍ପିଅନ ହେବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । କ୍ରିକେଟ୍ ପ୍ରେମୀଙ୍କ ଆଶା ଯୁବ ଦଳ ଅଷ୍ଟ୍ରେଲିଆକୁ ହରାଇ ଗତବର୍ଷ ରୋହିତ ବାହିନୀ ବିଶ୍ୱକପ୍ ପରାଜୟର ମଧୁର ପ୍ରତିଶୋଧ ନେବ । ଏହି ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ବେନୋନିର ୱିଲୋମୁର ପାର୍କରେ ଭାରତୀୟ ସମୟ ଅପରାହ୍ଣ ୧ଟା ୩୦ରେ ଆରମ୍ଭ ହେବ । ଷ୍ଟାର ସ୍ପୋର୍ଟ୍ସ ସହ ଡିଜନୀ ପ୍ଲସ ହଟ୍ ଷ୍ଟାରରେ ମ୍ୟାଚର ସିଧା ପ୍ରସାରଣ ହେବ । ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ୟୁ ୱବଜେନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ।

ଭାରତୀୟ ଅଧିନାୟକ କହିଛନ୍ତି ସହାରନ କହିଛନ୍ତି, ଫାଇନାଲରେ ମୁକାବିଲା ଅଷ୍ଟ୍ରେଲିଆ ସହ ହେଉ କି ପାକିସ୍ତାନ କିଛି ଫରକ ପଡେନି । ଆମେ ବିରୋଧୀ ଦଳ ଉପରେ ଫୋକସ କରୁନୁ ବରଂ ନିଜ ଖେଳ ଉପରେ ଧ୍ୟାନ ଦେଉଛୁ । ଆମେ ମ୍ୟାଚ୍ ପରେ ମ୍ୟାଚ୍ ରଣନୀତି ପ୍ରସ୍ତୁତ କଲୁ । ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, ଗତ ବର୍ଷ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳ କଙ୍ଗାରୁ ହାତରୁ ପରାଜିତ ହୋଇଥିଲା । କଣ ଆପଣ ଏହାର ପ୍ରତିଶୋଧ ନେବେ ? ଏହା ଉତରରେ ଅଧିନାୟକ ଉଦୟ ସହାରନ କହିଛନ୍ତି, ଆମେ ସେମିତି କିଛି ଭାବୁନୁ । ଆମେ ମ୍ୟାଚରେ କେବଳ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହୁଁଛୁ ।

ସହାରନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆରମ୍ଭରୁ ସେତେ ଦମଦାର ନଜର ଆସିନଥିଲେ । କାରଣ କିଛି ମାସ ପୂର୍ବେ ଦଳ ୧୯ ବର୍ଷରୁ କମ ଏସିଆ କପ୍ ଫାଇନାଲରେ ପ୍ରବେଶ କରି ପାରି ନ ଥିଲା । ମାତ୍ର ବିଶ୍ୱକପରେ ଦଳ ଚମତ୍କାର ଫର୍ମରେ ରହିଛି । ସହାରନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରତ୍ୟେକ ମ୍ୟାଚରେ ଉନ୍ନତ ହୋଇ ଚାଲିଛି । ଅଧିନାୟକ ସହାରନ ୩୮୯ ରନ ସହ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ତାଲିକାରେ ଶୀର୍ଷରେ ରହିଛନ୍ତି । ସରଫରାଜ ଖାନଙ୍କ ସାନ ଭାଇ ମୁଶୀର ଖାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଭାରତୀୟ ଦଳ ଉଭୟ ବିଭାଗରେ ବେଶ ସନ୍ତୁଳିତ ରହିଛି ।

ଭାରତୀୟ ଦଳ

ଅର୍ଶିନ କୁଲକର୍ଣ୍ଣି, ଆଦର୍ଶ ସିଂ, ମୁଶରୀ ଖାନ, ଉଦୟ ସହାରନ(ଅଧିନାୟକ),ସଚିନ ଧାସ, ପ୍ରିୟାଂଶୁ ମୋଲିଆ, ଅରାବଲି ଅବନୀଶ ରାଓ(ୱିକେଟ୍ କିପର), ମୁରୁଗନ ଅଭିଷେକ, ରାଜ ଲିମ୍ବାନୀ, ନମନ ତିୱାରୀ, ସୌମ୍ୟ ପାଣ୍ଡେ ।

ଅଷ୍ଟ୍ରେଲିଆ ଦଳ

ହାରି ଡିକ୍ସନ, ସାମ କୋନଷ୍ଟାସ, ୟୁ ୱବଜେନ(ଅଧିନାୟକ), ହରଜସ ସିଂ, ରୟାନ ହିକ୍ସ(ୱିକେଟ୍ କିପର), ଓଲିଭର ପିକ୍‌, ଚାର୍ଲି ଆଣ୍ଡରସନ, ରାଫ ମ୍ୟାକମିଲନ, ଟମ ଷ୍ଟ୍ରାକର, ମହଲି ବିୟର୍ଡମ୍ୟାନ, କ୍ୟାଲମ ୱିଡଲର ।