ଆମ ଓଡ଼ିଶା ନବୀନ ଓଡିଶା ସହରାଞ୍ଚଳ କାଯ୍ୟକ୍ରମ


ବେଲଗୁଣ୍ଠା :13/02,-ଵିଜ୍ଞାପିତ ଅଂଚଳ ପରିଷଦ ଅନୁକୁଲ୍ୟରେ ୱାର୍ଡ ନମ୍ବର 1,2,3 ଓ 4 ର ବାସିନ୍ଦାଙ୍କୁ ନେଇ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି | ସହରାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମ ର ସଫଳ ରୂପାୟନକୁ ପ୍ରଚାର ପ୍ରସାର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ | ନଗର ବାସୀଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ଚିହ୍ନଟ କରିବା ପାଇଁ ମହିଳା ଓ ଶିଶୁ ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ଏତଦ ବ୍ୟତୀତ ସରକାରଙ୍କ ଯୋଜନା ସମ୍ପର୍କିତ ଭିଡିଓ ପ୍ରଦର୍ଶନୀ କରାଯାଇଥିଲା ପରିଷଦ ଅନ୍ତର୍ଗତ 4 ଟି ୱାର୍ଡରୁ ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ | ମୁଖ୍ୟ ଅତିଥି ରୂପେ ପରିଷଦ ନଗରପାଳ ଫିରୋଜ କୁମାର ସେଠି ଙ୍କ ସମେତ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, କାଉନସିଲର, ଭାସ୍କର ପାତ୍ର,ଦିବ୍ୟରଞ୍ଜନ ଦାସ, ପ୍ରିୟମ୍ବଦା ସାମଲ ଓ ଲିଜା ବେହେରା ଯୋଗଦାନ କରିଥିଲେ । ନଗର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ ନୋଡାଲ ଅଫିସର ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବାବୁଲା ଗୌଡ଼ , ମଙ୍ଗୁଲୁ ମୁନି , ରବିନ୍ଦ୍ରନାଥ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର , ସନ୍ତୋଷ ପଣ୍ଡା, ମହେନ୍ଦ୍ର ଦାସ ଓ ଶିବରାମ ଚୌଧୁରୀ ସହଯୋଗ କରିଥିଲେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସମ୍ମାନିତ କରି ଶେଷରେ ଖିରୋଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ