ନୂଆଦିଲ୍ଲୀ: ରାଜକୋଟରେ ଗୁରୁବାରଠୁ ଭାରତ ବିପକ୍ଷରେ ଖେଳା ଯିବାକୁ ଥିବା ୩ୟ ଟେଷ୍ଟ ପାଇଁ ଇଂଲଣ୍ଡ ନିଜର ଦଳ ଘୋଷଣା କରିଛି । ଇଂଲଣ୍ଡ ଏହି ଟେଷ୍ଟ ପାଇଁ ଦଳରେ ଗୋଟିଏ ପରିବର୍ତନ କରିଛି । ଦ୍ରୁତ ବୋଲର ମାର୍କ ଉଡଙ୍କ ଦଳକୁ ପ୍ରତ୍ୟାବର୍ତନ ଘଟିଥିବା ବେଳେ ଶୋଏବ ବସିର ଚୂଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି । ଇଂଲଣ୍ଡ ଟିମ୍ ତୃତୀୟ ମ୍ୟାଚରେ ଦୁଇ ସ୍ପିନର ଓ ଦୁଇ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ । ଜୋ ରୁଟ୍ ପଂଚମ ବୋଲରର ଭୂମିକା ନିର୍ବାହ କରିବେ । କାରଣ ଇଂଲଣ୍ଡ ପାଖରେ ଆଉ କୌଣସି ବିକଳ୍ପ ନାହିଁ । କାରଣ ଜ୍ୟାକ ଲିଚ୍ ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି ।
ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପାଇଁ ଏହି ମ୍ୟାଚ୍ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ରାଜକୋଟରେ ଷ୍ଟୋକ୍ସଙ୍କ ଏହା ୧୦୦ତମ ଟେଷ୍ଟ ମ୍ୟାଚ୍ ହେବ । ଏହି ମ୍ୟାଚକୁ ଦଳ ସ୍ମରଣୀୟ କରିବାକୁ ଚାହୁଁଛି । ହାଇଦ୍ରାବାଦରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ୨୮ ରନରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ପ୍ରତ୍ୟାବର୍ତନ କରି ୧୦୬ ରନରେ ଜିତିଥିଲା । ଟର୍ମ ହାର୍ଟଲୀ ମଧ୍ୟ ପ୍ରଭାବଶାଳୀ ବୋଲିଂ କରିଛନ୍ତି । ସେ ବ୍ୟାଟିଂରେ ମଧ୍ୟ ଉପଯୋଗୀ ଇନିଂସ ଖେଳି ପାରୁଛନ୍ତି ।
ତୃତୀୟ ମ୍ୟାଚ୍ ପାଇଁ ଇଂଲଣ୍ଡର ଚୂଡାନ୍ତ ଏକାଦଶ
ଜ୍ୟାକ କ୍ରାଉଲି, ବେନ ଡକେଟ, ଓଲି ପପ୍, ଜୋ ରୁଟ୍, ଜୋନି ବେୟାରଷ୍ଟ, ବେନ ଷ୍ଟୋକ୍ସ(ଅଧିନାୟକ), ବେନ ଫକ୍ସ, ରେହାନ ଅହମ୍ମଦ, ଟମ୍ ହାର୍ଟଲେ, ମାର୍କ ଉଡ, ଜେମ୍ସ ଆଣ୍ଡରସନ ।