Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଫଳ ହେଲା ଜାପାନ ଗସ୍ତ, ରାଜ୍ୟରେ ହେବ ଦେଶର ସର୍ବବୃହତ ଷ୍ଟିଲ୍‌ ପ୍ଲାଣ୍ଟ; ପ୍ରତାପ ଦେବ

ଭୁବନେଶ୍ୱର:ଗତ ୩ ତାରିଖରେ ଜାପାନ ଗସ୍ତରେ ଯାଇଥଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ବିକାଶ ଲାଗି ନୂଆ ଆଶା ଓ ସ୍ବପ୍ନ ନେଇ ଫେରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ଓଡ଼ିଶା ଗଠନ ଲାଗି ସହଯୋଗର ହାତ ବଢାଇଛି ଜାପାନ। ଜାପାନରେ ଅନୁଷ୍ଠିତ ବିଜନେସ୍‌ ମିଟକୁ ବଡ଼ ସଫଳତା ମିଳିଛି ।

କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହେବ ଦେଶର ସର୍ବବୃହତ ଷ୍ଟିଲ୍‌ ପ୍ଲାଣ୍ଟ। ମୁଖ୍ୟମନ୍ତ୍ରୀ ଓ ଟିମ୍, ନିପ୍ପନ ଷ୍ଟିଲ୍‌ ବୁଲି ଦେଖିଥିଲେ ଓ ପରିବେଶ ଉପଯୋଗୀ ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଥିଲେ। ତେବେ ୯ ଦିନର ଜପାନ ଗସ୍ତର ସଫଳ ହୋଇଛି ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ। ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡରେ ଶିଳ୍ପାୟନ ଆଗକୁ ଯିବ। ଜାପାନ ଓଡ଼ିଶାର ବିଜିନେସ୍‌ ପାର୍ଟନର୍ ଥିବା ବେଳେ ମେଟାଲ ଶିଳ୍ପକୁ ଗୁରୁତ୍ବ ଦିଆଯାଇଛି ।

ଓଡ଼ିଶାରେ ୩୦ ନିୟୁତ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ହେବ l ସେମାନେ ପାୱାର ପ୍ଲାଣ୍ଟ ପାଇଁ ଗ୍ରୀନ ଆମୋନିଆ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି l ଜାପାନ ଓଡ଼ିଶାରେ ଜାହାଜ ପରିଚାଳନା ହବ୍‌ କରିବାକୁ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ