Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଂସପଡା ଠାରେ ଶ୍ରୀ ଶ୍ରୀ ମହାବୀର ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ

କୋକସରା:୧୯/୦୨
କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗ୍ରାମରେ ଶ୍ରୀ ଶ୍ରୀ ମହାବୀର ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାବ ଓ ଭକ୍ତିମୟ ପରିବେଶ ମଧ୍ୟରେ ରବିବାର ସନ୍ଧ୍ୟାରେ କଲସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସଂକୀର୍ତ୍ତନ ଦଳ ର ନଗର କୀର୍ତ୍ତନ ରେ ଶ୍ରୀ ରାମ ମୟ ପରିବେଶ ଦେଖିବାକୁ ମିଳିଥିଲା। ସୋମବାର ସକାଳ ୭:୫୧ ମିନିଟ ରୁ ୧:୨୨ ଗତେ ହନୁମାନ ଙ୍କ ପ୍ରାଣ ପ୍ରତିଷ୍ଠା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଯଜ୍ଞ କର୍ତା ଭାବେ ଜୟଲାଲ ନାଏକ,ଯୁବା ନାଏକ ସପତ୍ନୀକ।ସମସ୍ତ ପ୍ରକାର ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।।ପୁଜକ ଲଳିତ ମିଶ୍ର ପୂଜାବିଧି ଉପଚାର କରିଥିଲେ। ଏହି ହନୁମାନ ପ୍ରାଣ ପ୍ରତିଷ୍ଠା ଉତ୍ସଵ କାର୍ଯ୍ୟକ୍ରମ ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଉପସ୍ଥିତ ରହି ଆଶିଷ ଭିକ୍ଷା କରିଥିଲେ।ପୂଜା କମିଟିର ନରସିଂ ନାଏକ, ବୃନ୍ଦାବନ ନାଏକ, କୁମର ସିଂ ନାଏକ, ଭରତୁ ନାଏକ,ଘାସିଦାସ ନାଏକ, ଚନ୍ଦ୍ରଭାନୁ ନାଏକ,ମଦନଲାଲ ନାଏକ, ଡମ୍ବରୁ ଧର ନାଏକ,ଉଦୟାନାଥ ନାଏକ, କୁରୁକ୍ଷେତ୍ର ନାଏକ,ମୋତିଲାଲ ନାଏକ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories