ଭୋଟଦାନ କେନ୍ଦ୍ର ନହେଲେ ଭୋଟ ବର୍ଜ୍ଜନ ଚେତାବନୀ ଦେଲେ ସିର୍ଲିଗୁଡା ଗ୍ରାମବାସୀ।

କୋକସରା:୨୧/୦୨
କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ରାଜସ୍ୱ ଗ୍ରାମ ହୋଇଥିବା ବେଳେ ଏହି ଗ୍ରାମ ର ନାଗରିକ ମାନେ ମୌଳିକ ଅଧିକାର ରୁ ବଞ୍ଚିତ ରହିଛନ୍ତି। ନାଗରିକ ଙ୍କ ମତଦାନ ହେଉଛି ମୌଳିକ ଅଧିକାର, ହେଲେ ସିର୍ଲିଗୁଡା ଭୋଟର ମାନେ ନିଜ ଗ୍ରାମ ରେ ମତଦାନ କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇ ଆସୁଛନ୍ତି ହେଲେ କୌଣସି ସମାଧାନ ହେଉନାହିଁ, ସୂଚନା ଯୋଗ୍ୟ ଯେ ସିର୍ଲିଗୁଡା ଗ୍ରାମ ର ଭୋଟର ପ୍ରତିଥର ନିର୍ବାଚନ ସମୟରେ ଗାଁ ଠାରୁ ୫ କିମି ଦୁର ରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ମତଦାନ କେନ୍ଦ୍ର କୁ ଭୋଟ ଦେବାକୁ ଯାଉଛନ୍ତି। ଏଣୁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଗାଁ ରେ ଥିବା ବୃଦ୍ଧ ବୃଦ୍ଧା, ବୟସ୍କ,ଭିନ୍ନକ୍ଷମ ନାଗରିକ ମାନେ ମତଦାନ ରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ବଙ୍ଗୋମୁଣ୍ଡା ମତଦାନ କେନ୍ଦ୍ର କୁ ସିର୍ଲିଗୁଡା ପ୍ରାଥମିକ ବିଦ୍ୟାଳୟ କୁ ସ୍ଥାନାନ୍ତରିତ କରିବା ପାଇଁ ବୁଧବାର ସିର୍ଲିଗୁଡା ଗ୍ରାମବାସୀ ମାନେ କୋକସରା ବିଡ଼ିଓ ଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ସହ ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ବିଧାନସଭା ନିର୍ବାଚନ ରେ ଭୋଟ ବର୍ଜ୍ଜନ କରିବାକୁ ଗ୍ରାମର ପୁରୁଷୋତ୍ତମ ସୁନାନୀ, ଜିତେନ୍ଦ୍ର କୁମାର ଦୁର୍ଗା,ଭୂଷଣ ମହାନନ୍ଦ,ଧନୁରାମ ନାଗ, ଅଭୟ ବାଗ,ବୃନ୍ଦାବନ ଦୁର୍ଗା,ସତ୍ୟ ରାମ ନାଗ, ଦେବ ନାଗ,ଗୟାଧର ନାଏକ, ପବିତ୍ର ବାଗ,ଡମ୍ବରୁ ଧର ଭାଟି, ଧନେଶ୍ୱର ମହାନନ୍ଦ,ମହେନ୍ଦ୍ର ଦୁରିଆ ଓ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ଏନେଇ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗ ମିଳିଛି ଆମେ ଜିଲ୍ଲା ପ୍ରଶାସନ କୁ ଜଣାଇବୁ, କେମିତି ମତଦାନ କେନ୍ଦ୍ର ହେବ ସେ ନେଇ ଜିଲ୍ଲା ପ୍ରଶାସନ ଯାହା ପଦକ୍ଷେପ ନେବେ ବୋଲି କହିଛନ୍ତି।