Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇଟି ମନ୍ଦିର ର ତାଲା ଭାଙ୍ଗିଲେ ଚୋର, ବାହାରେ ରୁପା ମୁକୁଟ ସହ ସାମଗ୍ରୀ ଫିଙ୍ଗି ଦୁର୍ବୁତ୍ତ ଛୁ…..

ଲକ୍ଷ୍ମୀପୁର ୨୧/୦୨ ଲକ୍ଷ୍ମୀପୁର ରେ ପୁଣି ସକ୍ରିୟ ହେଲେ ଚୋର।ସ୍ଥାନୀୟ ବିଏସଏଫ୍ କ୍ୟାମ୍ପ କୁ ଲାଗି ରହିଥିବା ପାହାଡ ଉପରେ ଥିବା ହନୁମାନ ଓ ସାଇ ମନ୍ଦିରର ତାଲା ଭାଙ୍ଗି ଚୋରି ଉଦ୍ୟମ କରାଯାଇଛି, ଚୋର ମାନେ ବିଗ୍ରହ ରେ ଲାଗିଥିବା ରୁପା ମୁକୁଟ ସହ କିଛି ସାମଗ୍ରୀ  ମଧ୍ୟ ମୂର୍ତ୍ତି ରୁ କାଢି ଛନ୍ତି କିନ୍ତୁ କେଉଁ କାରଣରୁ କିଛି ନେଇ ନପାରି  ବାହାରେ ଫୋଫାଡ଼ି ଚାଲି ଯାଇଛନ୍ତି  ତାହା ଏବେ ଆଶ୍ଚର୍ଯ୍ୟ ର ବିଷୟ ପାଲଟିଛି ।ମନ୍ଦିର ପାଖରେ ବିଏସଏଫ୍ କ୍ୟାମ୍ପ ଥାଇବି କିପରି ବିନା ଭୟରେ ଚୋର ମାନେ ସେଠାକୁ ଜାଇ ତାଲା ଭାଙ୍ଗିଲେ ତାକୁ ନେଇ ଏଠି ଚର୍ଚ୍ଚା ଜୋର୍ ଧରିଛି।ଆଜି ସକାଳୁ ମନ୍ଦିର ପୂଜକ ପୂଜା କରିବାକୁ ଯାଇ ଦୁଇଟି ଯାକ ମନ୍ଦିରର ତାଲା ଭାଙ୍ଗିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ଲକ୍ଷ୍ମୀପୁର ପୋଲିସ ଟିମ୍ ଜାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ।ହେଲେ ମନ୍ଦିରରୁ କୌଣସି ଜିନିଷ ଚୋରି ହୋଇନଥିବା ଜଣା ପଡ଼ିଥିଲା । ଗତ ବର୍ଷ ଜୁଲାଇ ୬ତାରିଖ ଦିନ ଲକ୍ଷ୍ମୀପୁର ବ୍ଳକ ରାସ୍ତା ରେ ରହିଥିବା ରାମ, ଓ ଶିବ ମନ୍ଦିର ରେ ଦୁର୍ବୁତ ମାନେ କଳାକନା ବୁଲାଇ ବିଭିନ୍ନ ଅଳଙ୍କାର ନେଇଁ ଯାଇ ଥିଲେ, ଆଜି ପର୍ଯ୍ୟନ୍ତ ସେହି ମନ୍ଦିର ର ଚୋରି ସମ୍ପର୍କ ରେ ପୋଲିସ କୁ ସୁରାକ ଟିକିଏ ମଧ୍ୟ ମିଳି ନଥିବା ବେଳେ ଏବେ ହନୁମାନ ଓ ସାଇ ମନ୍ଦିର ତାଲା ଭାଙ୍ଗି ଚୋରି ଉଦ୍ୟମ ପୋଲିସ ପାଇଁ ପୁଣି ଚାଲେଞ୍ଜ ସଦୃଶ୍ୟ ହୋଇଛି।ଏନେଇଁ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖାଯାଇଥିବା ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉକି ଜାତୀୟ ରାଜପଥ କଡ଼ରେ ପୋଲିସ ବିଭାଗ ତରଫରୁ  ସିସି କ୍ୟାମେରା ଲଗାଯାଇଥିଲା।ହେଲେ ନିମ୍ନ ମାନର ସାମଗ୍ରୀ ହୋଇଥିବାରୁ ତାହା ଅଳ୍ପ ଦିନ ମଧ୍ୟରେ ଅଚଳ ହୋଇ ପଡ଼ିଥିବା ବେଳେ ଆଜି ଯାଏଁ ଆଉ ସିସି କ୍ୟାମେରା ମରାମତି ହୋଇପାରିଲା ନାହିଁ।ଫଳରେ ଚୋର ମାନେ ଏବେ ବେଶ୍ ତାର ଫାଇଦା ଉଠାଇ ଚାଲିଛନ୍ତି।ତୁରନ୍ତ ଉକ୍ତ ସିସି କ୍ୟାମେରା ମରାମତି ନକଲେ ଆଗକୁ ଚୋରି ବଢିବାରେ କେହିବି ରୋକି ପାରିବେ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ