Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ; ବାଛୁରୀକୁ ଆକ୍ରମଣ କରି ଘାଇଲା କଲା ବାଘୁଣୀ

ଖଡ଼ିଆଳ: ନୂଆପଡ଼ା ବ୍ଲକ ଆମାନାରା ପଂଚାୟତ ଅଧିନ ତରିଆମହୁଆଭଟା ଗାଁରେ ବାଘୁଣୀ ଆତଙ୍କ ଥମିବାର ନାଁ ନେଉନି। ମଙ୍ଗଳବାର ଭୋର ସକାଳୁ ଗାଁରେ ବାଘୁଣୀ ପଶି ବାଛୁରୀକୁ ଆକ୍ରମଣ କରି ଘାଇଲା କରିଛି ।
ସୋମବାର ବିଳମ୍ବିତ ରାତିରେ ମୁଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ବାଘୁଣୀ ଖାଦ୍ୟ ଅନ୍ବେଷଣରେ ତରିଆମହୁଆଭଟା ଗାଁରେ ପଶିଥିଲା। ଆଜି ଭୋର ସକାଳୁ ଏକ ବାଛୁରୀ ମହୁଲ ଫୁଲ ଖାଇବାକୁ ଗାଁର ପୋଖରୀ ନିକଟକୁ ଚାଲି ଯାଇଥିଲା । ଏତିକି ବେଳେ ବାଘୁଣୀ ଶିକାର ପାଇଁ ବାଛୁରୀକୁ ଆକ୍ରମଣ କରିଥିଲା। ଏଭଳି ବାଛୁରୀକୁ ବାଘୁଣୀ ପଞ୍ଝା ମାରି ଟାଣି ନେବାକୁ ଉଦ୍ୟମ କରିଥିଲା । ବାଘ ଆକ୍ରମଣର ଶିକାର ହୋଇ ବାଛୁରୀ ରଡି ଛାଡିଥିଲା । ଏହି ଚିତ୍କାର ଶୁଣି ଗାଁ ଲୋକେ ଠେଙ୍ଗା, ବାଡ଼ି ଧରି ବାଘୁଣୀକୁ ଘଉଡାଇ ଥିଲେ। ଏତିକି ବେଳେ ବାଛୁରୀକୁ ଲହୁଲୁହାଣ କରି ବାଘୁଣୀ ଜଙ୍ଗଲକୁ ଚାଲି ଯାଇଥିଲା । ଏବେ ବାଛୁରୀର ତଣ୍ଟିରେ ବାଘ ପଞ୍ଝା ମରିଥିବାରୁ ଗୁରୁତର ଆହତ ହୋଇଛି । ମଧ୍ୟାହ୍ନରେ ପ୍ରାଣୀ ସମ୍ପଦ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ବାଛୁରୀକୁ ଚିକିତ୍ସା କରିଛନ୍ତି।