Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଲିସ ଓ ବ୍ଲକ ପ୍ରଶାସନ ସହିତ ସୌଜନ୍ୟମୂଳକ ସାକ୍ଷାତ କଲେ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ

କଳାହାଣ୍ଡି,୨୪/୦୨-ଶାସକ ବିଜୁ ଜନତା ଦଳ ଲାଞ୍ଜିଗଡ ବ୍ଲକର ନୂତନ ବ୍ଲକ ସଭାପତି ଭାବେ ଦାୟିତ୍ୱ ନେବା ପରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି ନୂତନ ବ୍ଲକ ସଭାପତି ହିମାଦ୍ରୀ ପେସନିଆ। ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରି ଦଳୀୟ କର୍ମୀଙ୍କ ସହିତ ଆଲୋଚନା କରିବା ଦିଗରେ ସେ ପାଦ ବଢ଼ାଇଛନ୍ତି। ସେହିପରି ପ୍ରଶାସନ ସହିତ ନିଜର ନୂତନ ନିଯୁକ୍ତି ଓ କାର୍ଯ୍ୟକଳାପ ସଂପର୍କରେ ଅବଗତ କରାଇବା ପାଇଁ ସେ ବିଶ୍ୱନାଥପୁରସ୍ଥିତ ବ୍ଲକ କାର୍ଯ୍ୟାଳୟରେ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ସେହିପରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ ଏବଂ ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଛନ୍ତି। ଏହି ଅବସରରେ ତାଙ୍କ ସହିତ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ପାତ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ବ୍ଲକ ସଭାପତି ପଦ ପୂରଣ ଓ ଯୁବନେତା ତଥା ସମାଜସେବୀ ଶ୍ରୀ ପେସନିଆଙ୍କୁ ନୂତନ ଦାୟିତ୍ୱ ଦିଆଯିବା ପରେ ଦଳୀୟ କର୍ମୀ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।