ଶିକ୍ଷକଙ୍କୁ ବର୍ଣ୍ଣାଲୀ ତାଲିମ


ଅତାବିରା-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତିନି ଦିନିଆ ବର୍ଣ୍ଣାଲୀ ତାଲିମ୍ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କାର୍ତ୍ତିକ ବାଗ , ତପନ କୁମାର ଦାସ ଙ୍କ ସହ ଅତାବିରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ ହରିପାଲ ଯୋଗଦାନ୍ କରି ସରସ୍ଵତୀ ଙ୍କ ଫଟୋଚିତ୍ର ଠାରେ ଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟ ରେ ବ୍ଲକ ର ସମସ୍ତ କ୍ଲଷ୍ଟର ରୁ ମୋଟ ୪୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ୍ କରିଛନ୍ତି । ଏହି ତାଲିମ୍ ର ମୁଖ୍ୟ ଉଦ୍ଦେଶ୍ୟ ଲିଙ୍ଗଗତ ବୈଷମତା ଦୂର କରିବା ନିମନ୍ତେ ବିଦ୍ୟାଳୟ ପାଠ୍ୟକ୍ରମରେ ଲିଙ୍ଗ ସମ୍ବେଦନଶୀଲତା କୁ ସଂଯୋଗୀକରଣ କରିବା । ଏଥିରେ ସାଧନକର୍ମୀ ଭାବେ ଶିକ୍ଷକ ସତ୍ୟବାନ୍ ସାହୁ, ସିତାରାମ ଦାସ ଏବଂ ଶିକ୍ଷୟିତ୍ରୀ ସୁପ୍ରଭା ସାହୁ, ସସ୍ମିତା ପ୍ରଧାନ ଯୋଗଦାନ କରିଛନ୍ତି । ସି.ଆର.ସି.ସି. ନୃପ ଭୋଇ,ନନ୍ଦିଘୋଷ ଭୁଏ, କୃତାର୍ଥ ଚନ୍ଦ୍ର ଭୁଏ ଓ ଶିକ୍ଷକ ରବି ପ୍ରସାଦ ଗୁପ୍ତା ସହଯୋଗ କରିଥିଲେ ।