Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ନ୍ୟୁ-କନ୍ଫେରେନ୍ସ ହଲ୍ ଠାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା।ଏଥିରେ ଓଡ଼ିଶାର ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ.ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିବା ସହ ଛାତ୍ର ଗଠନରେ ବିଶ୍ବବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀମାନଙ୍କର ଭୂମିକା ଅତୁଳନୀୟ ବୋଲି କହିବା ସହ କର୍ମଚାରୀମାନଙ୍କୁ ଶୃଙ୍ଖଳିତ ହେବାକୁ ଆହ୍ବାନ କରିଥିଲେ। ଦକ୍ଷିଣ ଓଡ଼ିଶା ର ଗର୍ବ ଏହି ବିଶ୍ଵବିଦ୍ୟାଳୟ ,କୁଳପତି ଙ୍କ ବିଶ୍ଵବିଦ୍ୟାଳୟ ପାଇଁ ଚେଷ୍ଟା କରିଛନ୍ତି ତାହାକୁ ଭୂୟସୀ ପ୍ରଶଂସା କରିଥିଲେ।ସମସ୍ତ ଙ୍କ ସହଯୋଗ ରେ ବିଶ୍ଵବିଦ୍ୟାଳୟର ଉନ୍ନତି ହୋଇପାରିବ ବୋଲି ମତପୋଷଣ କରିବା ସହ ଛାତ୍ର ,ଶିକ୍ଷକ ଓ କର୍ମଚାରୀ ମିଳିତଭାବେ ଭାବରେ ବିଶ୍ଵବିଦ୍ୟାଳୟ ର ସୁନାମ ବଢ଼ାଇବାକୁ ପ୍ରଚେଷ୍ଟା କରିବା, ବିଦ୍ୟାର୍ଥୀ ମାନେ ପାଠ ପ୍ରତି ଗୁରୁତ୍ଵ ଦେବା ସହ କ୍ରୀଡା ପ୍ରତି ଧ୍ୟାନ ଦେବା ଗବେଷଣା ଉପରେ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଯୋଗ ଦେଇ ବିଶ୍ବବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ ମାନଙ୍କର ଭୂମିକା ଉପରେ ଆଲୋଚନା କରିବା ସହ କର୍ମଚାରୀ ମାନଙ୍କର ଦାୟିତ୍ଵବୋଧ ଉପରେ ଗୁରୁତ୍ବାରୋପ କରିଥିଲେ । ପ୍ରାୟ ୩୦ ରୁ ଉର୍ଦ୍ଧ କର୍ମଚାରୀ ଙ୍କ ସହ ଜଡ଼ିତ ଥିବା କହିଥିବା ସହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କଳାପ ଉପରେ ମତପୋଷଣ କରିଥିଲେ। କାହାକୁ ଅନ୍ୟାୟ କରନ୍ତୁ ନାହିଁ ଅନ୍ୟାୟ କୁ ପ୍ରସୟ ନେବାକୁ କର୍ମଚାରୀ ମାନଙ୍କୁ କହିଥିଲେ । ପୁରୁଣା ପେନସନ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ବିଶ୍ବବିଦ୍ୟାଳୟ ର ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟ କ୍ରମର ବିବରଣୀ ପାଠ କରିବା ସହ ନୂତନ ପାଠ୍ୟ କ୍ରମ ଖୋଲିବା ଓ କର୍ମଚାରୀ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ଦଷ୍ଟି ଆକର୍ଷଣ କରିଥିଲେ।
ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନାବୋର୍ଡ଼ ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ.ଗୋପବନ୍ଧୁ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଏବଂ ବିଶ୍ଵବିଦ୍ୟାଳୟର କୁଳସଚିବ ଡ. ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ମଂଚାସୀନ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଘର ସଭାପତି ଉପେନ୍ଦ୍ର ପାଳ ସଭାରେ ଅଧ୍ୟକ୍ଷତା
କରିବା ସହ କର୍ମଚାରୀ ଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।ଉପଦେଷ୍ଟା ଡ. ଶଙ୍କର ମାଝି ସଭାକାର୍ଯ୍ୟ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସଂଘ ତରଫରୁ ୧୯୭୦ ମସିହା ଠାରୁ ଆଜି ଯାଏଁ ସଂଘର ସଭାପତି ଓ ସଂପାଦକ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଧାରଣ ସଂପାଦକ ସତ୍ୟନାରାୟଣ ଶତପଥୀ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଡ. ମିହିର କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର
ବହୁ କର୍ମକର୍ତ୍ତା ଓ ଶିକ୍ଷକଙ୍କ ଯୋଗ ଦେଇଥିଲେ । ଏହି ଅବସରରେ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଭବାନୀ ସାହୁ ଙ୍କ ନେତୃତ୍ବରେ ଛାତ୍ର ଙ୍କ ପକ୍ଷରୁ ୯ ଦଫା ଦାବି ନେଇ ମନ୍ତ୍ରୀ ଇଂ ପୂଜାରୀ ଙ୍କୁ ପତ୍ର ପ୍ରଦାନ କରିଥିଲେ। ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ,ୱାଇଫାଇ ସେବା,ଗ୍ରନ୍ତଃlଗlର ରେ ଉନ୍ନତ ମାନର ବହି,ଠିକ ସମୟରେ ପରୀକ୍ଷା ଓ ପରୀକ୍ଷା ଫଳ ପ୍ରକାଶନ ନେଇ ଲିଖିତ ଦାବି ଉପସ୍ଥାପନ କରାଯାଇଛି।ଏହି କାର୍ଯ୍ୟକ୍ରମରେ , କାର୍ଯ୍ୟ କlରି ସଭାପତି ସୁଶାନ୍ତ କୁମାର ସାହୁ,କୋଷାଧ୍ୟକ୍ଷ ପ୍ରଦୀପ କୁମାର ବେହେରା, ଉପ ସଭାପତି ନରେନ୍ଦ୍ର କୁମାର ପାତ୍ର, ମନୋଜ କୁମାର ତ୍ରିପାଠୀ,ସମ୍ପାଦିକା ଗୀତାଞ୍ଜଳି ପଣ୍ଡା, ସହ ସମ୍ପାଦକ ଇନ୍ଦ୍ର ପ୍ରସାଦ ବେହେରା ଓ ଏନ୍. ଭିମରlଜ ରେଡି ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ