Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜନୀତି କରୁଥିବା ଶିକ୍ଷକ ଶଙ୍କର ସାଉଁତା ଶେଷରେ ଇସ୍ତଫା ଦେଲେ।ତୃତୀୟ ମହଲା ର ନିର୍ଦେଶ କି ର ପ୍ରଶ୍ନ ରେ କହିଲେ ରାଜନୀତି ଦ୍ୱାରା ସମାଜସେବା ମୁଖ୍ୟ ଲକ୍ଷ….

ଲକ୍ଷ୍ମୀପୁର ୦୧/୦୩. ରାଜନୀତି ପ୍ରତି ମୋହ, ସେପଟେ ସରକାରୀ ଚାକିରୀ ଛାଡିବାକୁ ଥିଲେ ନାରାଜ, ଶାସକ ଦଳ ରେ କରୁଥିଲେ ପ୍ରତ୍ୟକ୍ଷ ରାଜନୀତି, ଦଳ ତାଙ୍କ ସକାଶେ ବିରୋଧୀ ଙ୍କ ଠାରୁ ସମାଲୋଚିତ ମଧ୍ୟ ହେଉଥିଲା, ଏପରିକି ଦଳ ର କିଛି ନେତା ମଧ୍ୟ ରାଜନୀତି ଯଦି କରିବାର ଅଛି ତାହେଲେ ଚାକିରୀ ଛାଡି ମୈଦାନ କୁ ଆସନ୍ତୁ ବୋଲି ଚ୍ୟଲେଞ୍ଜ ଦେଇଥିଲେ, ସବୁ କଥାକୁ ଭୃକ୍ଷେପ ନକରି ଗତ ୬ ମାସ ହେଲା ଖୁଲମ ଖୁଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ୪ଗୋଟି ବ୍ଳକ ଯଥା ଲକ୍ଷ୍ମୀପୁର, ଦଶମନ୍ତପୁର, ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଳକ ରେ ବିଜେଡ଼ି ର ସମସ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜର ପତିଆରା ଜମାଇଥିଲେ, ଏପରିକି ଶିକ୍ଷା ବିଭାଗ ବି ସବୁ ଦେଖି  ସବୁ ଜାଣି ନିରବ ଦ୍ରଷ୍ଟା ସାଜିଥିଲା, ଏନେଇଁ ଚଳିତ ମାସ ୧୨ ତାରିଖରେ  “ଶିକ୍ଷା ଦାନ ଛାଡି ରାଜନୀତି କରୁଛନ୍ତି ଶିକ୍ଷକ ”  ଶୀର୍ଷକ ଖବର ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ  ଶିକ୍ଷା ବିଭାଗ ନାମକୁ ମାତ୍ର ପାଦେ ଆଗେଇ ଏକ କମିଟି ଗଠନ କରି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।ଆଜି ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଲକ୍ଷ୍ମୀପୁର ବ୍ଳକ ବଡନେରକା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶଙ୍କର ସାଉଁତା  ଲକ୍ଷ୍ମୀପୁର ବିଇଓ କାର୍ଯ୍ୟାଳୟ ରେ ପହଞ୍ଚି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିଇଓ କୈଳାଶ ଚନ୍ଦ୍ର ବେହେରା ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଉପରସ୍ତ ଅଧିକାରୀଙ୍କୁ ପ୍ରେରଣ କରିବି ବୋଲି ପ୍ରକାଶ କରିଛନ୍ତି। ଇସ୍ତଫା ପତ୍ର ପ୍ରଦାନ ପରେ ଶ୍ରୀ ସାଉଁତା ଗଣମାଧ୍ୟମ କୁ କହିଛନ୍ତି ତାଙ୍କ ପରିବାର ଗତ ୨୫ବର୍ଷ ରୁ ଉର୍ଧ୍ଵ ହେଲା ବିଜୁ ବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ   ବିଜୁ ଜନତା ଦଳ ସକାଶେ କାମ କରିଆସୁଛନ୍ତି, ବାପା, ମାଉସୀ, ବୋହୁ ସମସ୍ତେ ଜଣେ ଜଣେ ନିର୍ବାଚିତ ଲୋକ ପ୍ରତିନିଧି, ବାପା ଙ୍କ କଥା ଅନୁଯାୟୀ ମୁଁ ଦଳ ପ୍ରତି ମୋର ଦୁର୍ବଳତା ରହିଥିଲା, ଶିକ୍ଷକତା କରିବା ସହ ମୁଁ ଦଳ ରେ ଯୋଡିତ ହୋଇ ୪ଟି ବ୍ଳକ ର ୮୦ ପ୍ରତିଶତ ଗାଁ କୁ ବୁଲିଲି, ସମସ୍ୟା ପ୍ରତି ଜଡିତ ହେଲି, ନିଜ ଦଳ ସହ ଅନ୍ୟ ବିରୋଧୀ ଦଳ ସମାଲୋଚନା କଲେ, ମୋ ପାଇଁ ଦଳ କୁ କାହିଁ କି ଦୋଷ ଆସିବ, ଅନ୍ୟ ମାନେ ଆଉ ଯେମିତି କହିପାରିବେନି ସେଥିପାଇଁ ଶିକ୍ଷକତା ପଦବୀ ରୁ ଇସ୍ତଫା ପ୍ରଦାନ କରିଥିବା ଶ୍ରୀ ସାଉଁତା କହିଛନ୍ତି।୨୦୦୩ ରୁ ଶିକ୍ଷକତା ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଶାସକ ଦଳ ତରଫରୁ ହିଁ ରାଜନୀତି କରିବେ ବୋଲି ସଫେଇ ଦେଇଛନ୍ତି। ତୃତୀୟ ମହଲା ର ନିର୍ଦେଶ କି ବୋଲି ପଚରା ଯିବାରୁ ସେ କହିଛନ୍ତି ସମାଜ ସେବା ହିଁ ମୁଖ୍ୟ ଲକ୍ଷ ବୋଲି।ଅନ୍ୟ ପକ୍ଷରେ ଶ୍ରୀ ସାଉଁତା ଙ୍କ ଇସ୍ତଫା କୁ ବଜାର ଘାଟ ରେ ବିଭିନ୍ନ ଆଲୋଚନା ଜୋର ଧରିଛି,ସଙ୍ଘଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଙ୍କ ସହ ଶିକ୍ଷକ ଙ୍କ ଭଲ ସମ୍ପର୍କ ତେଣୁ ତାଙ୍କ ନିର୍ଦେଶ ରେ ଇସ୍ତଫା ଦେଇଥିବେ ବୋଲି ଚର୍ଚ୍ଚା ହଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ