Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ୍ ବିଶ୍ୱବିଦ୍ୟାଳୟ ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ।

ଗୋପାଳପୁର,୦୮/୦୩
ପାଲୁର ହିଲ୍ ଠାରେ ଥିବା ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ଵବିଦ୍ୟାଳୟ ବୈଠକ ଗୃହ ପରିସରରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ କୁଳପତି ପ୍ରଫେସର ଡ଼ ପି ରାଜେଶ କୁମାର ଅଧ୍ୟକ୍ଷତା କରିବା ସହ ପ୍ରଶାସନ ମୁଖ୍ୟ ଇଂ ସୟଦ ସୁଲେମାନ ଅଲ୍ଲୀ ମଞ୍ଚାସିନ ରହିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଇଂରାଜୀ ବିଭାଗର ପ୍ରଧାପିକା ପ୍ରଫେସର ଡ଼ ଶୃତି ଦାସ , ସମ୍ମାନିତ ଅତିଥି ଭାବେ ଦିଗନ୍ତ କେୟାର ର ସଂଯୁକ୍ତା ପଣ୍ଡା,ମାଇ ସ୍କୁଲ ଇଟାଲୀ ପ୍ଲେ ସ୍କୁଲର ପ୍ରତିଷ୍ଠାତା ଉଷାରାଣୀ ପାଢ଼ୀ, ଡ଼ ବିଷ୍ଣୁଙ୍କର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଡ଼ ଆଙ୍କାକ୍ଷା ପଟନାୟକ,ଚାରୁଲତା ପଲାଇ, ଡ଼ ସସ୍ମିତା ପାଢ଼ୀ, ଡ଼ ମଞ୍ଜୁଶ୍ରୀ ମିଶ୍ର, ଡ଼ ରୁନା ସାହୁ,ରୁଚିକା ପାଢ଼ୀ, ପ୍ରଜ୍ଞା ସାମନ୍ତ, କ୍ଷୀରାବ୍ଦି ତନୟା ନାୟକ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ