Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାସ୍ତ୍ରୀଜୀପଡା ୩୨ ପ୍ରହରୀ ନାମଯଜ୍ଞ ଶୁଭାରମ୍ଭ

ବରପାଲି: ବରପାଲି ବ୍ଳକ କୁମ୍ଭାରି ଶାସ୍ତ୍ରୀଜୀପଡାବାସୀଙ୍କ ପକ୍ଷରୁ ଆୟୋଜିତ ୩୨ ପ୍ରହରି ନାମଯଜ୍ଞ ଉତ୍ସବ ଶୁଭାରମ୍ଭ ହୋଇଯାଇଛି। ବୁଧବାର ପୂଜାକର୍ତ୍ତା ସନାତନୀ ସାହୁ ଓ ଧର୍ମପତ୍ନୀ ଅଜଂଳୀ ସାହୁ ସହିତ ଗ୍ରାମର ଶତାଧିକ ପୁରୁଷ ମହିଳା ନଗର ପରିକ୍ରମା ମାଧ୍ୟମରେ କଳସ ଶୋଭାଯାତ୍ରାରେ ବାହାରିଥିଲେ। ପୂର୍ଣ୍ଣକଳସ ମାନ ପଣ୍ତିତ ରୂତୁପୁର୍ଣ୍ଣ ଦାଶ ଓ ଆଚାର୍ଯ୍ୟ ମାନଙ୍କ ଦ୍ବାରା ସିଦ୍ଧିକାର୍ଯ୍ୟ ସମ୍ପର୍ଣ୍ଣ ପରେ ପୂଜାମଣ୍ତପ ସମ୍ମୁଖରେ ସ୍ଥାପନ କରାଯାଇଥିଲା। ପରେ ବିଧି ବିଧାନ ଅନୁଯାୟୀ ପଣ୍ଡିତ ଓ ଆଚାର୍ଯ୍ୟ ମାନଙ୍କ ସହାୟତାରେ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇ ନାମ ସଂକିର୍ତ୍ତନ ପର୍ବର ସୂଭାରମ୍ଭ କରାଯାଇଥିଲା। ଗତ ମଙ୍ଗଳବାର ଭକ୍ତ ମାନଙ୍କ ଦ୍ବାରା ଅଧିବାସ ପର୍ବ ପାଳିତ ହେବା ସହିତ ପୁଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆସନ୍ତା ୧୬ତାରିଖ ନାମସଂକିର୍ତ୍ତନ ପର୍ବର ପୂର୍ଣ୍ଣାହୂତୀ ସହ ନଗର ସଂକିର୍ତ୍ତନ ଗ୍ରାମ ପରିକ୍ରମାର ଯୋଜନା ରଖାଯାଇଥିବା ପରିଚାଳନା କମିଟି ପକ୍ଷରୁ ଜଣାପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ