Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

IPL ଖେଳୁଥିବା ସୂର୍ଯ୍ୟ ହରାଇ ପାରନ୍ତି ନମ୍ବର-୧ ଟି-୨୦ ବ୍ୟାଟର ମାନ୍ୟତା

ନୂଆଦିଲ୍ଲୀ: ମୁସ୍କିଲ ସମୟ ଦେଇ ଗତି କରୁଛନ୍ତି ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ। ଆଇପିଏଲ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚର ଦିନିକିଆ ଶୃଙ୍ଖଳାରେ ସୂର୍ଯ୍ୟ ଲଗାତାର ତିନୋଟି ଇନିଂସରେ ଗୋଲଡେନ ଡକର ଶିକାର ହୋଇଥିଲେ। ଆଉ ତାଙ୍କର ଏହି ଖରାପ ଫର୍ମ ଆଇପିଏଲରେ ମଧ୍ୟ ଜାରି ରହିଛି। ଆଇସିସି ଟି-୨୦ ଅନ୍ତର୍ଜାତୀୟରେ ନମ୍ବର ଓ୍ଵାନ ବ୍ୟାଟର ସୂର୍ଯ୍ୟଙ୍କ ଶୀର୍ଷ ସ୍ଥାନ ଉପରେ ବିପଦ ଘନେଇବାରେ ଲାଗିଛି। ବୁଧବାର ଆଇିସି ଦ୍ଵାରା ଜାରି ସଦ୍ୟତମ ଟି-୨୦ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ଏବଂ ପାକିସ୍ତାନର ମହମ୍ମଦ ରିଜଓ୍ଵାନ ଓ ବାବର ଆଜମଙ୍କ ମଧ୍ୟରେ ପଏଣ୍ଟ ବ୍ୟବଧାନ କମିବାରେ ଲାଗିଛି।

ସୂର୍ଯ୍ୟଙ୍କ ୯୦୬ ରେଟିଂ ପଏଣ୍ଟ ଥିବା ବେଳେ ରିଜଓ୍ଵାନଙ୍କ ୮୧୧ ଏବଂ ବାବରଙ୍କ ୭୫୫ ପଏଣ୍ଟ ରହିଛି। ତେବେ ଦର୍ଶକ ଭାବୁଥିବେ ସୂର୍ଯ୍ୟ ତ ୧୦୦ ରେଟିଂ ପଏଣ୍ଟରେ ଆଗୁଆ ଅଛନ୍ତି। ଭାରତୀୟ ଦଳର ଅନ୍ୟ ଖେଳାଳି ସହ ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଆଇପିଏଲ୍ ଖେଳୁଛନ୍ତି। କିନ୍ତୁ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏପ୍ରିଲ ୧୪ରୁ ପାଞ୍ଚ ମ୍ୟାଚର ଟି-୨୦ ସିରିଜ୍ ଖେଳାଯିବ। ଏହି ମୁକାବିଲା ଘରୋଇ ମାଟିରେ ହେଉଥିବାରୁ ରିଜଓ୍ଵାନ ଏବଂ ବାବର ଉଭୟଙ୍କ ପାଖରେ ସୂର୍ଯ୍ୟଙ୍କ ଏକ ନମ୍ବର ସ୍ଥାନ ଅକ୍ତିକାର କରିବାର ସୁଯୋଗ ରହିଛି।

ଆଇସିସି ଟି-୨୦ ଅନ୍ତର୍ଜାତୀୟ ବ୍ୟାଟିଂ ମାନ୍ୟତାର ଟପ୍-୧୦ରେ ସୂର୍ଯ୍ୟକୁମାର ଏକ ମାତ୍ର ଭାରତୀୟ ବ୍ୟାଟର। ବିରାଟ କୋହଲି ୬୧୫ ପଏଣ୍ଟ ସହ ତାଲିକାର ୧୫ମ ସ୍ଥାନରେ ଅଛନ୍ତି। ବିରାଟ କୋହଲି ଟି-୨୦ ବିଶ୍ଵକପ୍ ପରଠୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି।