Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କ୍ୟାନ୍ସର ରୋଗର ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର ୧୫/୩
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆଜି କ୍ୟାନ୍ସର ଉପରେ ସଚେତନତା କାର୍ଯ୍ୟକ୍ରମ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ନାରୀ ଶିକ୍ଷା ଗବେଷଣା କେନ୍ଦ୍ର, ସାନ୍ ଏଣ୍ଡ ନିଲ୍ ଫାଉଣ୍ଡେସନ ଏବଂ ଏଚ.ଜି. ସି ପଣ୍ଡା କ୍ୟାନ୍ସର ହସ୍ପିଟାଲ୍, କଟକ ମିଳିତ ରେ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇଥିବା ବେଳେ, ମୁଖ ବକ୍ତା ଭାବେ ଏସ୍ .ସି.ବି ମେଡ଼ିକାଲ ରେ କାର୍ଯ୍ୟରତ ଡକ୍ଟର ଶ୍ରୀଗୋପାଳ ମହାନ୍ତି ଯୋଗ ଦେଇଥିଲେ । ପ୍ରଫେସର୍ ବରାଳ ସ୍ବାଗତ ଭାଷଣ ଦେଇଥିଲେ ।ଡକ୍ଟର ଶ୍ରୀଗୋପାଳ ମହାନ୍ତି କର୍କଟ ରୋଗ ର କାରଣ ଓ ନିରାକରଣ ଉପରେ ଆଲୋକପାତ କରିବା ସହ ସଚେତନତା ମାଧ୍ୟମରେ ଏବଂ ଆମେ ଖାଉଥିବା ଖାଦ୍ୟ ପେୟର ଡାଏଟ୍ ଜରିଆରେ ଆମେ ୪୦% କ୍ୟାନ୍ସର କୁ ରୋକିପାରିବା ।ଏହା ସଙ୍ଗେ ସଙ୍ଗେ ସେ କ୍ୟାନ୍ସର କୁ ନା ଯେ କେବଳ ସ୍ପର୍ଶ ଜନିତ ରୋଗ, ଏହା ଏକ ଜେନେଟିକ୍ସ ରୋଗ ବୋଲି କହି ଏହାର କିପରି ନିରାକରଣ କରିହେବ ସେ ଉପରେ ନିଜର ମତବ୍ୟକ୍ତ କରିଥିଲେ। ସାନ୍ ଆଣ୍ଡ ନିଲ୍ ଫାଉଣ୍ଡେସନ ଅଧ୍ୟକ୍ଷ ଧର୍ମା ରାଓ କ୍ୟାନ୍ସର ଭଳି ଘାତକ ରୋଗ ଉପରେ ନିଜର ମତାମତ ଦେଇଥିଲେ। କାର୍ଯ୍ୟକ୍ରମ କୁ ନାରୀ ଶିକ୍ଷା ଗବେଷଣା କେନ୍ଦ୍ର ର ନିର୍ଦ୍ଦେଶିକା ଡ଼ ବନ୍ଦିତା କୁମାରୀ ପଣ୍ଡା ଙ୍କ ତ୍ଵତ୍ତ୍ୱା ବଧାନରେ ପରିଚାଳିତ କରାଯାଇଥିଲା।ଅଧ୍ୟାପିକା ରଶ୍ମିରେଖା ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଅଧ୍ୟାପିକା ବାଗ୍ମୀ ପ୍ରିୟଦର୍ଶିନୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories